ବନ୍ଧହେଲା କେବିଏନ ଗ୍ରୁପ ମୁଖ୍ୟ ବୁବୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀ ଛାତି ଉପରେ ଆତଙ୍କରାଜ ସୃଷ୍ଟି କରିଥିବା କୋଇ ଭି ନହିଁ (କେବିଏନ୍‌) ଗ୍ରୁପ୍‌ର ମାଷ୍ଟର ମାଇଣ୍ଡ ବୁବୁ ଜେନା ଶେଷରେ ବନ୍ଧା ହୋଇଛି। ଏହି ଗ୍ରୁପ୍‌ର ୯ ସଦସ୍ୟଙ୍କୁ ପୂର୍ବରୁ କମିଶନରେଟ ପୁଲିସ୍‌ ବାନ୍ଧି ସାରିଥିବାବେଳେ ବୁବୁକୁ ଖୁଜୁଥିଲା। ଏଥିପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିଲା। ଶେଷରେ ଡେଲ୍ଟା ଅଞ୍ଚଳରୁ ବନ୍ଧା ହୋଇଛି ବୁବୁ। ତା’ପାଖରୁ ଏକ ଖଣ୍ଡା ମଧ୍ୟ ଜବତ ହୋଇଛି।
ସୂଚନାଯୋଗ୍ୟ, କିଛିମାସ ପୂର୍ବେ ରାଜଧାନୀର ରାଜରାସ୍ତାରେ ଖଣ୍ଡା ବୁଲାଇ ଆତଙ୍କରାଜ ସୃଷ୍ଟି କରିଥିଲେ କେବିଏନ୍‌ ଗ୍ରୁପର ସଦସ୍ୟ। ଏପରିକି ଭୟାନକ ଭିଡିଓ କରି ସୋଶାଲ ମିଡିଆରେ ଗୋଟିଏ ପରେ ଗୋଟିଏ ଛାଡ଼ିବା ପରେ ଏମାନଙ୍କୁ ଖୋଜିବା ଆରମ୍ଭ କରିଥିଲା ପୁଲିସ୍‌।
ଏହାପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ୍‌ ଗ୍ରୁପ୍‌ର ୯ ସଦସ୍ୟଙ୍କୁ ନିଜ ହେପାଜତକୁ ନେଇଥିବା ବେଳେ ମୁଖିଆ ବୁବୁକୁ ଖୁଜୁଥିଲା। ଶେଷରେ ଦୀର୍ଘ ୨ ମାସପରେ ପୁଲିସ୍‌ ହାତରେ ଧରା ପଡ଼ିଛିବୁବୁ ।

Leave a comment