ହାଡ଼ ଦୁର୍ବଳର କାରଣ,ଏହିସବୁ ନିୟମିତ ଖାଦ୍ୟରେ

0

ଓଡ଼ିଶା (ଫାଷ୍ଟ):ଶରୀରକୁ ଭିତରୁ ହାଡ ଶକ୍ତ କରିଥାଏ । ବଢୁଥିବା ବୟସରେ ହାଡ ଦୁର୍ବଳ ହେବା ଗୋଟିଏ ସାଧାରଣ ସମସ୍ୟା । କିନ୍ତୁ ଆଜିକାଲି ଜୀବନ ଚାର୍ଯ୍ୟା କୁ ନେଇ ଯୁବକ ମାନଙ୍କ ନିକଟରେ ମଧ୍ୟ ହାଡ ଜନିତ ବିଭିନ୍ନ ସମସ୍ୟା ଦେଖା ଯାଉଚି । ହାଡ ଦୁର୍ବଳ ହେଲେ ଶରୀର ରେ ଯନ୍ତ୍ରଣା ଓ ଆଣ୍ଠୁ ଗଣ୍ଠି ଅଟକିବା ସମସ୍ୟା ଦେଖାଦିଏ । କିନ୍ତୁ ଆମର ଏକ କିଛି ଏପରି ଅଭ୍ୟାସ ରହିଛି ଯାହା ଆମ ହାଡ କୁ ଦୁର୍ବଳ କରିଥାଏ ।

* ଅଧିକ ଲୁଣ ଖାଇବା ଦ୍ୱାରା ହାଡ ଦୁର୍ବଳ ହେବା ଗୋଟିଏ ସମସ୍ୟା । ଆମ ଭିତରେ କିଛି ଲୋକ ଥାଆନ୍ତି ଯେଉଁମାନେ ଲୁଣ ଅଧିକ ସେବନ କରନ୍ତି । ଅଧିକ ଲୁଣ ଖାଇବା ଦ୍ୱାରା ଶରୀରର କ୍ୟାଲସିୟମ ପରିସ୍ରାରେ ବାହାରି ଯାଇଥାଏ । ଏହାଦ୍ବାରା ହାଡ ଦୁର୍ବଳ ହୋଇଥାଏ ।

* ସଫ୍ଟ ଡ୍ରିଙ୍କ ଅଧିକ ପିଇବା ମଧ୍ୟ ହାଡ ପକ୍ଷରେ କ୍ଷତି କାରକ । ସଫ୍ଷ ଡ୍ରିଙ୍କ ରେ ସୋଢା ଅଧିକ ମାତ୍ରାରେ ଥାଏ । ଯାହା ରକ୍ତରେ କ୍ୟାଲସିୟମ ମାତ୍ରା କମାଇ ଦେଇଥାଏ ଓ ଫସ୍ ଫେଟ୍ ମାତ୍ରା ବଢାଇ ଥାଏ । ଏହାଦ୍ବାରା ହାଡ କୁ ଅଧିକ ମାତ୍ରାରେ କ୍ୟାଲସିୟମ ମିଳିପାରେ ନାହିଁ ଓ ହାଡ ଦୁର୍ବଳ ହୋଇଥାଏ ।

* ଅଧିକ ମାତ୍ରା ରେ ଆଲକୋହଲ ସେବନ କରିବା ଦ୍ୱାରା ମଧ୍ୟ ହାଡ ଦୁର୍ବଳ ହୋଇଥାଏ । ଅଲ୍କୋହଲ୍ ସେବନ ଅଧିକ ମାତ୍ରାରେ କଲେ ହାଡ କୁ ଠିକ୍ ମାତ୍ରାରେ କ୍ୟାଲସିୟମ ମିଳି ପାରି ନଥାଏ । ତେଣୁ ହାଡ ଦୁର୍ବଳ ହୁଏ ।

* ଅଧିକାଂଶ ଲୋକ ସକାଳୁ ଉଠିବା ମାତ୍ରକେ କଫି ପିଇ ଥାଆନ୍ତି । କଫିରେ କାଫିନ ରହିଥାଏ । ଯାହା ହାଡ ରେ ଥିବା କ୍ୟାଲସିୟମ ସ୍ତରକୁ କମାଇ ଦେଇଥାଏ । ତେଣୁ ଯଦି ଆପଣ କଫି ଅଧିକ ସେବନ କରୁଛନ୍ତି ତେବେ ସତର୍କ ହୋଇ ଯାଆନ୍ତୁ ।

Leave a comment