ବିଜେପି ମହିଳା ଜିଲ୍ଲା ପରିଷଦ ପ୍ରାର୍ଥୀ ନିଖୋଜ ନା ଫେରାର !!
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପିର ମହିଳା ଜିଲ୍ଲା ପରିଷଦ ପ୍ରାର୍ଥୀ ନିଖୋଜ । ଏନେଇ ଦଳ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ବିଜେପିର ଉଚ୍ଚ ଶିକ୍ଷିତ ଆଦିବାସୀ ଯୁବତୀ, ଡିପ୍ଲୋମା ଇଂଞ୍ଜିନିୟର ରୀନା କବାସୀ ତଥା ମହିଳା ଜିଲ୍ଲା ପରିଷଦ ପ୍ରାର୍ଥୀ ନିଖୋଜ ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ରୀନା କବାସୀଙ୍କୁ ମାଲକାନଗିରି କାଲିମେଳା ଜୋନ-୨ ପାଇଁ ଦଳ ପ୍ରାର୍ଥୀ କରିଥିଲା । ସେ ମଧ୍ୟ ବହୁତ ଉତ୍ସାହର ସହିତ ନାମାଙ୍କନ ଦାଖଲ କରିଥିଲେ । ତେବ ସବୁଠାରୁ ବଡ଼ ରୋଚକ ଘଟଣା ଟି ହେଲା, ଗତ ୨୩ ତାରିଖ ସନ୍ଧ୍ୟାରେ ରୀନା ଦଳର ଅଜାଣତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି କେଉଁଆଡ଼େ ଫେରାର ହୋଇଯାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।
ସୂଚନା ଅନୁଯାୟୀ,ରୀନାଙ୍କ ନିଖୋଜ ଘଟଣା ନେଇ କାଲିମେଳା ଥାନାରେ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ସେଠାରେ ରୀନାଙ୍କର ବିଜୟ ସମ୍ଭାବନା ଅଧିକ ଥିବାରୁ ବିରୋଧୀ ଏଭଳି ଷଡ଼ଯନ୍ତ୍ର କରିଥିବା ନେଇ ବଜେପି ଅଭିଯୋଗ କରିଛି । ଦଳ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି କି ପ୍ରଚୁର ଧନର ପ୍ରଲୋଭନ କିମ୍ବା କୌଣସି ପ୍ରକାର ଚାପ ପ୍ରୟୋଗ କରି ବିରୋଧୀ ଏଭଳି କାଣ୍ଡ ଭିଆଇଛି । ପୋଲିସ ତଦନ୍ତ ପରେ ସତ୍ୟା ସତ୍ୟ ସାମ୍ନା କୁ ଆସିବା ନେଇ ବିଜେପି ଆଶାବାଦୀ ।