ଯୁବତୀଙ୍କୁ ଜୁଏଲଙ୍କ ଖରାପ ଆଚରଣ ଅଭିଯୋଗ: ସୁରକ୍ଷା ମାଗିଲେ ଯୁବନେତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଜେପି ସାଂସଦ ଜୁଏଲ୍ ଓରାମଙ୍କ ପାଇଁ ବଢିଲା ଅଡୁଆ । ଖରାପ ଆଚରଣ ପ୍ରଦର୍ଶନ ବିରୋଧରେ ପୋଲିସର ଆଶ୍ରୟ ନେଲେ ନିଜ ଦଳର ଯୁବନେତ୍ରୀ । ସେ ଝିରପାଣି ଥାନାରେ ଅଭିଯୋଗ କରିବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏଥିସହ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ନିଜ ଦଳର ଜଣେ ଯୁବ ନେତ୍ରୀଙ୍କୁ ଜୁଏଲ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା।। ଅପମାନ ସହି ନପାରି ନେତ୍ରୀ ଜଣକ ପାର୍ଟି ଅଫିସରେ ପଶି ଭଙ୍ଗାରୁଜା କରିଥିଲେ। ଘଟଣା ନେଇ ଯୁବନେତ୍ରୀ କହିଛନ୍ତି, ଜୁଏଲ ଓରାମଙ୍କୁ ସମ୍ମାନ ଦେଉଥିଲି, ମାତ୍ର ସେ ମହିଳାଙ୍କୁ ଇଜ୍ଜତ ଦେବା ଶିଖି ନାହାନ୍ତି। ମୋତେ ବହୁତ ଅଶ୍ଳୀଳ ଭାଷାରେ ଇଙ୍ଗିତ କରିଛନ୍ତି ଜୁଏଲ୍। ପୂର୍ବରୁ ମଧ୍ୟ ଜୁଏଲ ମହିଳାଙ୍କୁ ଅସଦାଚରଣ କରୁଥିବା କଥା ଶୁଣିଥିଲି। ଏବେ ନିଜ ଅଙ୍ଗେ ଲିଭାଇଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିଜେପି ସାଂସଦ ଜୁଏଲ ଓରାମ ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା । ସେ କହିଛନ୍ତି କି ଅଭିଯୋଗରେ ସତ୍ୟତା ଥିଲେ ଏହା ନିନ୍ଦନୀୟ ଓ ଲଜ୍ୟାଜନକ । ଏହି ଘଟଣାରେ ସୁନ୍ଦରଗଡ଼ ଏସପି କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେ ନେଇ ରିପୋର୍ଟ ମଗାଯିବ ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ।

Leave a comment