ବିବାହିତ ନାରୀ ସିନ୍ଦୁର ଲଗେଇବା ପୂର୍ବରୁ ଜାଣି ରଖନ୍ତୁ ଏସବୁ

0

ବାହାଘର ଦିନ ଗୋଟେ ଝିଅ ପ୍ରଥମ ଥର ସିନ୍ଦୁର ପିନ୍ଧିଥାଏ। ସିନ୍ଦୁର ଗୋଟେ ନାରୀକୁ କେବଳ ସୁନ୍ଦର କରିଥାଏ ତାହା ନୁହେଁ, ସିନ୍ଦୁର ପିନ୍ଧିବା ଦ୍ଵାରା ଉଭୟ ପୌରାଣିକ ଓ ବୈଜ୍ଞାନିକ ଦୃଷ୍ଟିରୁ ଭଲ ହୋଇଥାଏ ବୋଲି କୁହାଯାଏ। ଏହାସହ ସିନ୍ଦୁର ସ୍ୱାମୀଙ୍କ ଆୟୁଷ ବୃଦ୍ଧି କରେ ବୋଲି ବିଶ୍ୱାସ କରାଯାଏ। ହିନ୍ଦୁ ପୂରାଣରେ ସିନ୍ଦୁରର ଅନେକ ଅଧ୍ୟାତ୍ମିକ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମରେ ସିନ୍ଦୁର ବିନା ବିବାହ ଅସମ୍ଭବ । ତେବେ ଚାଲନ୍ତୁ ଜାଣିବା ସିନ୍ଦୁର କାହିଁକି ଲଗାଯାଏ, ଲଗେଇବାର ସଠିକ୍ ଉପାୟ ଓ ସିନ୍ଦୁର ଲଗେଇଲେ କଣ୍ ସବୁ ଲାଭ ହୁଏ।

– ନାଲି ରଙ୍ଗ ମାତା ପାର୍ବତୀଙ୍କ ଶକ୍ତିକୁ ବ୍ୟକ୍ତ କରିଥାଏ ଏବଂ ପାର୍ବତୀଙ୍କୁ ଆଦର୍ଶ ପତ୍ନୀ ରୁପେ ବିବେଚନା କାରାଯାଏ । ତେଣୁ ବିବାହିତା ନାରୀ ସିନ୍ଦୁର ପିନ୍ଧିଲେ ଦେବୀ ପାର୍ବତୀ ତାଙ୍କ ସ୍ୱାମୀମାନଙ୍କର ରକ୍ଷା କରିବା ସହ ଅଖଣ୍ଡ ସୌଭାଗ୍ୟବତୀ ହେବାର ବର ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ସେହିପରି ସିନ୍ଦୁର ମା’ ଲକ୍ଷ୍ମୀଙ୍କ ମଥାରେ ବାସ କରନ୍ତି ବୋଲି ବିଶ୍ୱାସ ରହିଥିବାରୁ ସିନ୍ଥିରେ ସିନ୍ଦୁର ପିନ୍ଧିଲେ ମା’ ସନ୍ତୁଷ୍ଟ ହେବା ସହ ଧନ ଓ ଐଶ୍ୱର୍ଯ୍ୟ ପ୍ରଦାନ କରିଥାନ୍ତି । ନବରାତ୍ର ଏବଂ ଦୀପାବଳୀ ଭଳି ପବିତ୍ର ଦିନରେ ସ୍ୱାମୀଙ୍କ ହାତରୁ ସ୍ତ୍ରୀ ସିନ୍ଦୁର ପିନ୍ଧିଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବାସହ ଏକତ୍ର ରହିବାର ମାନସିକତା ଦୃଢ଼ ହୋଇଥାଏ ।

-ଶାସ୍ତ୍ର ଅନୁଯାୟୀ ମହିଳାମାନେ ନିଜ ସ୍ଵାମୀ ଦ୍ଵାରା ସିନ୍ଦୁର ଲଗେଇବା ଉଚିତ ହୋଇଥାଏ କିନ୍ତୁ କୌଣସି ପର୍ବ ପର୍ବାଣିରେ ବିବାହିତ ମହିଳା ମାନେ ସିନ୍ଦୁର ଅନ୍ୟ ମହିଳାଙ୍କୁ ଲଗାଇବା ବହୁତ ଶୁଭ ହୋଇଥାଏ ଯଦି ଆପଣଙ୍କୁ କେହି ସିନ୍ଦୁର ଦାନ କରୁଛି ତେବେ ଆପଣଙ୍କୁ ମଧ୍ୟ ତାଙ୍କୁ ସିନ୍ଦୁର ଲଗାଇବା ଉଚିତ ଏହା ଦ୍ଵାରା ଆପପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ ।

-ଶାସ୍ତ୍ର ଅନୁସାରେ ଜଣେ ନାରୀକୁ ସବୁବେଳେ ସିନ୍ଦୁର ନିଜର ମଥାମଝି ବା ସିଣ୍ଥିରେ ଲଗେଇବା ଉଚିତ । କିନ୍ତୁ ଏବେ ମହିଳା ମାନେ ଫେସନକୁ ଅନ୍ୟ ସ୍ଥାନରେ ସିଣ୍ଥି ବାହାର କରି ଖାଲି ମୁଣ୍ଡରେ ସିନ୍ଦୁର ଲଗେଉଛନ୍ତି । ଏପରି କରିବା ଦ୍ୱାରା ସ୍ୱାମୀ ପ୍ରତି ବହୁତ ସମସ୍ୟା ଆସିଥାଏ।

-ବିବାହିତ ମହିଳା ପିନ୍ଧୁଥିବା ସିନ୍ଦୁରର ରଙ୍ଗ ଲାଲ ହେବା ଉଚିତ । ଲାଲ ଛଡା ଭିନ୍ନ ଭିନ୍ନ ରଙ୍ଗର ସିନ୍ଦୁର ଲଗେଇବା ସ୍ଵାମୀ ର ଓ ପରିବାର ର ଅର୍ଥନୈତିକ ସମସ୍ୟାର କାରଣ ହୋଇଥାଏ ।

ନାରୀ ମାନେ ଯେଉଁ ସିନ୍ଦୁର ପରିଧାନ କରୁଛନ୍ତି ତାହା ନିଜର କିମ୍ବା ନିଜର ସ୍ୱାମୀ ଆଣିବା ଆବଶ୍ୟକ । ଅନ୍ୟ ର ସିନ୍ଦୁର ଆଣି ମୁଣ୍ଡ ରେ ଲଗେଇବା ଦ୍ବାରା ସ୍ୱାମୀ ଉପରେ ଏହାର କୁପ୍ରଭାଵ ପଡିଥାଏ ।ସିନ୍ଦୁର କୁ ସବୁବେଳେ ସକାଳର ନିତ୍ୟକର୍ମ ସରିବା ପରେ ନିଜର ମୁଣ୍ଡ ରେ ଲଗେଇବା ସ୍ୱାମୀଙ୍କ ପାଇଁ ବହୁତ ଶୁଭ ହୋଇଥାଏ ।

-ସିନ୍ଦୁର ଲଗେଇବା ସମୟରେ ସିନ୍ଦୁର ନାକ ରେ ପଡିବା ଅତ୍ୟନ୍ତ ଶୁଭ ହୋଇଥାଏ ।ଏପରି ହେବା ର ଅର୍ଥ ଆପଣଙ୍କ ସ୍ୱାମୀ ଙ୍କର ଆୟୁଷ ବୃଦ୍ଧି ହୋଇଥାଏ।

-ମାନ୍ୟତା ଅନୁଯାୟୀ ଯେଉଁ ସ୍ତ୍ରୀ ନିଜ ମଥାରେ ଲମ୍ବା ଓ ଗଭୀର ସିନ୍ଦୁର ଲଗାଇଥାଏ ତା ସ୍ଵାମୀ ଆୟୁ ବଢିବା ସହ ସମାଜରେ ସମ୍ମାନ ପାଇଥାନ୍ତି । ମଝିମଥାରେ ସିନ୍ଦୁର ଲଗାଇବା ଦ୍ଵାରା ମହିଳାଙ୍କୁ ସବୁ ପ୍ରକାର ଚିନ୍ତାରୁ ମୁକ୍ତି ମିଳିଥାଏ ଓ ମୁଣ୍ଡ ବିନ୍ଧାରେ ମଧ୍ୟ ଆରାମ ମିଳିଥାଏ ।

-ମାନ୍ୟତା ଅନୁଯାୟୀ ସିନ୍ଦୁର ଭଗବାନଙ୍କ ପ୍ରସାଦ ଭଳି ହୋଇଥାଏ ଯାହାକୁ ଆପାଣ ଯେତେବେଳେ ଇଛା ଗ୍ରହାନ କରି ପାରିବେ ନାହିଁ । ଆପଣଙ୍କୁ ସକାଳେ ଉଠି ନିତ୍ୟ କର୍ମ ସମାପ୍ତ କରି ସ୍ନାନ କରିବା ଉଚିତ ଓ ସିନ୍ଦୁର ଲଗାଇ ପୂଜା କରିବା ଉଚିତ କେବେ ବି ଅଗାଧୁଆ ସିନ୍ଦୁର ମଥାରେ ଲଗାନ୍ତୁ ନାହିଁ, ଏହା ଛଡା ପୂଜା କରି କିଛି ଖାଇବା ପରେ ସିନ୍ଦୁର ଲଗାଇଲେ ସେହି ସ୍ତ୍ରୀକୁ ଉନ୍ନତି ବରଦାନ ମିଳିଥାଏ ।

-ସିନ୍ଦୁରକୁ ବିଭିନ୍ନ ପ୍ରକାରର ଉପାୟରେ ଜଣେ ନାରୀ ତା’ ସିମନ୍ତରେ ସଜାଇଥାଏ । ଏହାକୁ କେହି କେହି ଅଙ୍ଗୁଳିରେ ଲଗାଇଥାନ୍ତି ତ କେହି ଛୋଟ ଛୋଟ କାଠିରେ । ତେବେ ଅନାମିକା ଅଙ୍ଗୁଳିରେ ସିନ୍ଦୁର ପିନ୍ଧିଲେ ଅର୍ଥ ଓ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ । ସେହିପରି ଜ୍ଞାନ ପାଇଁ ତର୍ଜନୀ, ଐଶ୍ୱର୍ଯ୍ୟ ପାଇଁ ମଧ୍ୟମା ଅଙ୍ଗୁଳି ବ୍ୟବହାର କରାଯାଏ । ସୁଖଶାନ୍ତି ଓ ଅର୍ଥ କାମନା କରୁଥିଲେ ପଶ୍ଚିମକୁ, ଜ୍ଞାନ ଲାଭ ଚାହୁଁଥିଲେ ପୂର୍ବକୁ ଏବଂ ଐଶ୍ୱର୍ଯ୍ୟ ପାଇଁ ଉତ୍ତର ଦିଗକୁ ମୁହଁ କରି ସିନ୍ଦୁର ପିନ୍ଧିବା ଶୁଭ ହୋଇଥାଏ । କାଠିରେ ସିନ୍ଦୁର ଲଗାଇବା ଶୁଭ ହୋଇନଥାଏ । ତେଣୁ ଆପଣ ଚାହିଁଲେ ଝିଙ୍କ କାଠି ବ୍ୟବହାର କରି ସିନ୍ଦୁର ପିନ୍ଧିପାରିବେ ।

ସିନ୍ଦୁର ଲଗେଇବାର ବୈଜ୍ଞାନିକ ଉପକାରିତା:-

ସିନ୍ଦୁର ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ । ଏହା ମାନସିକ ଚାପ ହ୍ରାସ କରିବା ସହ ମନକୁ ଶାନ୍ତ ଓ ସୁସ୍ଥ ରଖେ । ସିନ୍ଦୁରରେ ଥିବା ପାରଦ ତ୍ୱଚାକୁ ସହଜରେ ଶିଥିଳ ହେବାକୁ ଦିଏ ନାହିଁ । ଏହାକୁ ବେକତଳେ କିମ୍ବା ଛାତିରେ ଲଗାଇବା ଦ୍ୱାରା କୁପ୍ରଭାବ ହ୍ରାସ ପାଏ । ଯେହେତୁ ସିନ୍ଦୁର ହଳଦୀ, ଚୂନ, ମର୍କ୍ୟୁରି ଆଦିରେ ପ୍ରସ୍ତୁତ ତେଣୁ ସିନ୍ଦୁରରେ ଥିବା ମର୍କ୍ୟୁରି ଶରୀରର ତାପ ନିୟନ୍ତ୍ରିତ କରିଥାଏ । ସିନ୍ଥିରେ ବା କେଶ ମଝିରେ ଲଗାଇଲେ ଶରୀରର ପଞ୍ଚଚକ୍ର ସକ୍ରିୟ ହୋଇଥାଏ, ଯାହାଫଳରେ ଶରୀରରେ ସକରାତ୍ମକ ଶକ୍ତି ସୃଷ୍ଟି ହୁଏ

Leave a comment