ନିର୍ବାଚନୀ ମୈଦାନରେ ୭୫ ବର୍ଷୀୟା ବୃଦ୍ଧା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ । ନିଜ ସ୍ବାମୀଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଜଣେ ୭୫ ବର୍ଷୀୟା ବୃଦ୍ଧା । ନିଜ ଗ୍ରାମର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି ଏହି ବୃଦ୍ଧା ଜଣକ ।
ସୂଚନା ଅନୁଯାୟୀ, ଭଦ୍ରକ ବ୍ଲକ ଅଧିନସ୍ଥ ଏରଡ଼ା ପଞ୍ଚାୟତର ସମିତି ସଭ୍ୟା ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ୭୫ ବର୍ଷୀୟା ମିନତୀଲତା ବଳ। ତେବେ ନିର୍ବାଚନ ପାଇଁ ବୟସ ତାଙ୍କ ପାଖରେ ହାର ମାନିନଥିବା ସେ କହିବା ସହିତ, ତାଙ୍କ ସ୍ବାମୀ ଜଣେ ସମାଜସେବୀ ଥିଲେ । ଏହାକୁ ଆଧାର କରି ନିର୍ବାଚନ ମୈଦାନରେ ଅବତ୍ତୀର୍ଣ୍ଣ ହୋଇଛନ୍ତି । ଆଗାମୀ ଦିନରେ ନିର୍ବାଚିତ ହେଲେ, ପଞ୍ଚାୟତର ବହୁବିଧ ଉନ୍ନତି ମୂଳକ କାର୍ଯ୍ୟ କରିବେ ବୋଲି କହିଛନ୍ତି । ତେବେ ରାଜନୈତିକ ମୈଦାନରେ ଯୁବକ ଯୁବତୀ ମାନେ ଅଂଶଗ୍ରହଣ କରୁଥିବା ବେଳେ, ଆଜି ୭୫ ବର୍ଷୀୟା ବୃଦ୍ଧା ନାମାଙ୍କନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।