୧ ନମ୍ବର ହାଟ ସ୍ଥାନାନ୍ତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନକୁ ଦିନ ରାଜ୍ୟରେ ୧୧ ହଜାରରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛି । ଏଭଳି ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ବଡ଼ବଡ଼ ହାଟ ଓ ଗହଳି ସ୍ଥାନକୁ ଏଡାଇବା ପାଇଁ ନିଷ୍ପତି ନିଆଯାଇଛି ।
ଭୁବନେଶ୍ୱରର ହାଟଗୁଡିକୁ ସ୍ଥାନାନ୍ତର କରାଯାଇଛି। ଆଜିଠାରୁ ୧ ନମ୍ବର ପରିବା ହାଟ ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ବସିଛି। ପୂର୍ବ ଭଳି କରୋନା କଟକଣା ମାନି ବେପାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୋକାନ ଦୋକାନ ମଧ୍ୟରେ ୬ ଫୁଟ୍ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ୪ ନମ୍ବର ହାଟ ମଧ୍ୟ ରେଡ଼କ୍ରସ ଭବନ ନିକଟରେ ଆରମ୍ଭ ହୋଇସାରିଛି।