ଶନିଦେବଙ୍କୁ ଚଢାନ୍ତୁ ଏହି ଗଛ, ଆପଣଙ୍କ ଘରେ ଦେଖାଯାଉଥିବା ସମସ୍ୟା ହେବ ଦୂର

0

ବାସ୍ତୁ ଶାସ୍ତ୍ରରେ ଘରେ ସୁଖ ସମୃଦ୍ଧି ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିରୁ ଗୋଟିଏ ହେଉଛି ବୃକ୍ଷଲତା ସମ୍ବନ୍ଧୀୟ। ଆଜିକାଲି ସମୟରେ ଅଧିକ ଲୋକ ନିଜ ଘରେ ଏଗୁଡ଼ିକୁ ଲଗାଇବାକୁ ପସନ୍ଦ କରୁଛନ୍ତି। ହେଲେ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଲଗାଯାଉଥିବା ଲତାର ଚୟନ ବହୁତ ଭାବି ବିଚାରି କରିବା ଉଚିତ। କାହିଁକି ନା ଏହି ଲତା ଘରେ ଖୁସି ଆଣିଥାଏ।

ଆଜି ଆମେ ସେଭଳି ଏକ ଲତା ବିଷୟରେ କଥା ହେବୁ ଯାହା ଶନି ଦେବଙ୍କର ଅତି ପ୍ରିୟ। ଏହାକୁ ଘରେ ଲଗାଇଲେ ଧନସମ୍ପଦର ଅଭାବ ପଡ଼ି ନ ଥାଏ। ଏହା ହେଉଛି ଲାଜକୁଳି।

ଲାଜକୁଳି ଲତାକୁ ଲଗାଇବାର ଲାଭ: ଜ୍ୟୋତିଷଶାସ୍ତ୍ର ଏବଂ ବାସ୍ତୁଶାସ୍ତ୍ର ଅନୁସାରେ ଶନି ଦେବଙ୍କ କୃପା ଦୃଷ୍ଟି ପାଇବା ଲାଗି ଏହି ଲତାର ଉପାସନା କରିବା ଉଚିତ। ମାନ୍ୟତା ଅଛି କି ଏହି ଗଛକୁ ଲଗାଇବା ପରେ ଘରେ ସକରାତ୍ମକତା ବୃଦ୍ଧି ପାଏ। ଏହା ଭଗବାନ ଶିବଙ୍କ ଅତି ପ୍ରିୟ ମଧ୍ୟ। ଏହାକୁ ଲଗାଇବା ଯୋଗୁ ଘରେ ଧନର ଅଭାବ ଦେଖାଦେଇ ନ ଥାଏ। ଯେଉଁ ଲୋକଙ୍କ ଶନି ଦଶା ପଡ଼ିଥାଏ ସେମାନେ ଏହି ଲତାକୁ ବିଶେଷ ଭାବେ ପୂଜିବା ଉଚିତ। ଏହି ଲତାକୁ ପୂଜା କରିବା ଦ୍ୱାରା ବିବାହରେ ଉପୁଜୁଥିବା ବାଧା ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି।

କେବେ ଲଗାଇବେ ଲାଜକୁଳି ଲତା: ଏହି ଲତାକୁ ଲଗାଇବା ଲାଗି ଶନିବାର ଦିନ ବହୁତ ଶୁଭ। ଆସନ୍ତା ନୂଆବର୍ଷ ଶନିବାର ପଡ଼ୁଥିବାରୁ ଏଣୁ ଆପଣ ୨୦୨୨ର ପ୍ରଥମ ଦିନ ଏହି ଲତା ଲଗାଇପାରିବେ। ଏହି ଲତାକୁ ଘରର ମୁଖ୍ୟ ଦ୍ୱାରର ବାମ ପଟେ ଲଗାଇବା ଉଚିତ। ଏହାକୁ କୁଣ୍ଡରେ ନଚେତ ସିଧା ମାଟିରେ ଲଗାଇପାରିବେ। ଯଦି ଘରର ମୁଖ୍ୟ ଦ୍ୱାରର ଆଖାପାଖରେ ଉଚିତ ସ୍ଥାନ ନାହିଁ ତେବେ ଏହାକୁ ଘର ଛାତର ଦକ୍ଷିଣ ଦିଗ ନଚେତ ପୂର୍ବ ଦିଗରେ ମଧ୍ୟ ଲଗାଇପାରିବେ।

ଏହି ଲତା ଲଗାଇବା ବେଳେ କେଉଁ ବିଷୟକୁ ଧ୍ୟାନରେ ରଖିବେ: ଲାଜକୁଳି ଲତା ଏପରି ସ୍ଥାନରେ ଲଗାଇବେ ଯେଉଁଠାରେ ନଳାପାଣି କିମ୍ବା ଅଳିଆଅସନା ପଡ଼ି ନ ଥିବ। ଏହାକୁ ପୂଜା କରିବା ସମୟରେ ଆଖପାଖ ସଫା କରିବା ଉପରେ ବିଶେଷ ଧ୍ୟାନ ଦେବେ। ଯେଉଁ ମାଟିରେ ଏହାକୁ ପୋତିବେ ତାହା ସଫା ସୁତୁରା ହେବା ଉଚିତ। ସନ୍ଧ୍ୟାରେ ଏହି ଲତା ସାମ୍ନାରେ ସୋରିଷ ତେଲର ଦୀପ ଜଳାନ୍ତୁ।

Leave a comment