ହୋର୍ଡିଙ୍ଗ ଓ ପୋଷ୍ଟରକୁ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେଡ଼ି

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ରାଜ୍ୟରେ ଲାଗିଛି କେନ୍ଦ୍ର ସରକାରଙ୍କ ହୋଡୀଂ ଆଉ ପୋଷ୍ଟର। ଏହା ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଘଂନ ବୋଲି ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ଵାରସ୍ଥ ହେଲା ବିଜେଡ଼ି ସାଂସଦ ସସ୍ମିତ ପାତ୍ର ଓ ମୁଖପତ୍ର ଲେଲିନ୍ ମହାନ୍ତିଙ୍କ ନେତୃତ୍ବରେ ବିଜେଡ଼ିର ଏକ ପ୍ରତିନିଧି ଦଳ କମିଶନରଙ୍କୁ ଭେଟିଛି ।

ତେବେ ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ରାଜ୍ୟର ରାସ୍ତା କଡ଼ରେ ଏବଂ ପେଟ୍ରୋଲ ପମ୍ପ ସହ ବହୁ ସ୍ଥାନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ବ୍ୟାନର ଏବଂ ହୋର୍ଡିଂ ଲାଗିଛି। ତେଣୁ ତୁରନ୍ତ ସେଗୁଡ଼ିକୁ ହଟାଇବାକୁ ପଦକ୍ଷେପ ନେବାକୁ ରାଜ୍ୟ ନିର୍ବଚନ କମିଶନରଙ୍କ ନିକଟରେ ଦାବି କରିଛି ଦଳ l

Leave a comment