ନିଲାମ ହେଲେ ସରପଞ୍ଚ ପ୍ରାର୍ଥୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ବଲାଙ୍ଗିର ର ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ନିଲାମ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିର୍ବାଚନ ପୂର୍ବରୁ ଏହିଭଳି ଗ୍ରାମସଭାରେ ଗାଁ ଉନ୍ନତି ପାଇଁ ଆଲୋଚନା ଚାଲିଥିବା ଭଳି ମନେ ହେଉଥିଲେ ମଧ୍ୟ ବୈଠକରେ କିନ୍ତୁ ଚାଲିଥିଲା ଭୋଟ ନିଲାମ। ଆଶାୟୀ ପ୍ରାର୍ଥୀ ମାନେ ଖୋଲାଖୋଲି ଭାବେ ନିଜ ଦର ଲଗାଉଥିବା ବେଳେ ଶେଷରେ ୪୪ ହଜାର ଟଙ୍କାରେ ନିଲାମ ହୋଇଛନ୍ତି ସରପଞ୍ଚ ପ୍ରାର୍ଥୀ । ରବିବାର ସନ୍ଧ୍ୟାରେ ବିଲେଇସର୍ଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବସିଥିଲା ବୈଠକ । ବୈଠକରେ ଉପସ୍ଥୀତ ଥିଲେ ଗ୍ରାମବାସୀ ଓ ସରପଞ୍ଚ ପାଇଁ ଆଶାୟୀ ପ୍ରାର୍ଥୀମାନେ । ଗାଁର ଉନ୍ନତି କିପରି ହେବ ସେନେଇ ଆଲୋଚନା ହେବା ସହ ଅସମ୍ପୂର୍ଣ୍ଣ ଜଗନ୍ନାଥ ମନ୍ଦିର କିପରି ସମ୍ପୂର୍ଣ୍ଣ ହେବ ଓ ସେଥିପାଇଁ କେଉଁ ପ୍ରର୍ଥୀ କେତ ଟଙ୍କା ଅନୁଦାନ ଦେବେ ଡକାଯାଇଥିଲା ନିଲାମ । ନିଲାମ ବୋଲି ଆରମ୍ଭ ହୋଇଥିଲା । ଜଣେ ପ୍ରାର୍ଥୀ ୩୯ ହଜାର ପର୍ଯ୍ୟନ୍ତ ପହଞ୍ଚିଥିଲେ । ହେଲେ ଅନ୍ୟ ଜଣେ ଆଶାୟୀ ପ୍ରାର୍ଥୀ ସର୍ବାଧିକ ୪୪ ହଜାର ଡାକିବା ସହ ସରପଞ୍ଚ ପାଇଁ ନିଜ ସ୍ଥିତି ମଜଭୁତ କରିଥିଲେ । ସେ ପ୍ରାର୍ଥୀ ଜଣକ ହେଲେ ସୁଶାନ୍ତ ଛତ୍ରିଆ । ସେ ଏହି ନିଲାମରେ ବାଜିମାରିବା ସହ ଗ୍ରାମବାସୀଙ୍କୁ ନିଜ ସପକ୍ଷରେ କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଏହା ଏକ ରାଜନୈତିକ ଫିଲ୍ମ ଠାରୁ କମ ନୁହେଁ ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ସରପଞ୍ଚ ଆସନ ହାତେଇବା ପାଇଁ ଗାଁ ଗାଁରେ ଏବେ ନେତା ମାନେ ଆସ୍ଥାନ ଜମାଇ ରଖିଛନ୍ତି। ଏହି ସବୁଭିତରେ ଅବାଧ ଓ ମୁକ୍ତ ନିର୍ବାଚନ ପରିଚାଳନା କରିବା ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ । ନିର୍ବାଚନ ଆରମ୍ଭରୁ ଗାଁ ପ୍ରାଙ୍ଗଣରେ ଭୋଟ ନିଲାମ ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ପଞ୍ଚାୟତରେ ବିଲେଇସର୍ଡା, କସୃପାଲି ଓ ବନ୍ଦନାକଟା ଗାଁ ରହିଛି। ରବିବାର ସଂଧ୍ୟାରେ ବିଲେଇସର୍ଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ନିର୍ବାଚନକୁ ନେଇ ବୈଠକ ଅନୁଷ୍ଠିତ ହେବ ବୋଲି ଡାକବାଜି ଯନ୍ତ୍ରରେ ଡକାଯାଇଥିଲା । ଏହି ବୈଠକରେ ସରପଞ୍ଚ ପଦବୀ ଆଶାୟୀ ଥିବା ପ୍ରାର୍ଥୀ ମାନେ ମଧ୍ୟ ଉପସ୍ଥୀତ ରହିଥିଲେ। ଏହି ବୈଠକରେ ଉପସ୍ଥୀତ ଥିବା ପ୍ରାର୍ଥୀମାନେ ସରପଞ୍ଚ ପଦବୀ ବଦଳରେ କେତେ ଟଙ୍କା ଦେବେ ସେନେଇ ବୋଲି ଲଗାଇଥିଲେ । ଶେଷରେ ସୁଶାନ୍ତ ଛତ୍ରିଆ ନାମକ ଜଣେ ପ୍ରାର୍ଥୀ ଏଥିପାଇଁ ଗାଁ ମନ୍ଦିର ପରିଚାଳନା କମିଟିକୁ ୪୪ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିବା ଜଣାପଡ଼ିଛି। ଦୁର୍ଭାଗ୍ୟର ବିଷୟ ହେଉଛି ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ସରପଞ୍ଚ ପଦବୀ ନିଲାମରେ ନେବା ପାଇଁ ନେତା ମାନଙ୍କ ଭିତରେ ପ୍ରତିଯୋଗିତା ମଧ୍ୟ ଦେଖିବାକୁ ମିଲିଥିଲା। ଅନ୍ୟଜଣେ ପ୍ରାର୍ଥୀ ୩୯ ଲକ୍ଷ ପର୍ଯ୍ୟନ୍ତ ହାକ ଲଗାଇଥିବା ଆଲୋଚନା ହେଉଛି । ବୈଠକ ନିଷ୍ପତ୍ତି ଅନୁସାରେ ଯେଉଁ ବ୍ୟକ୍ତି ଅଧିକ ଟଙ୍କା ନିଲାମରେ ଡାକିଥିବ ସେହି ବ୍ୟକ୍ତି ସାମ୍ନାରେ ଅନ୍ୟ ପ୍ରାର୍ଥୀ ଆଉ ନାମାଙ୍କନ ଭରିବେ ନାହିଁ। ସମ୍ପୃକ୍ତ ପ୍ରାର୍ଥୀ ଜଣକ ର୍ନିଦ୍ୱନ୍ଦରେ ନିର୍ବାଚିତ ହେବେ।ଏହି ଘଟଣାରେ ନିଜ ପ୍ରତିକ୍ରୀୟା ରଖିଛନ୍ତି ସମ୍ପୃକ୍ତ ପ୍ରାର୍ଥୀ ସୁଶାନ୍ତ ଛାତ୍ରିଆ। ତାଙ୍କ କହିବା ଅନୁସାରେ ୪୪ ଲକ୍ଷ ଟଙ୍କାରେ ସରପଞ୍ଚ ପଦବୀ ନିଲାମ ହେବା ଚର୍ଚ୍ଚା ଭୁଲ। ବୈଠକ ବସିଥିଲା। ଗାଁ କମିଟି ୪୪ ହଜାର ଟଙ୍କା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ପରେ ତାଙ୍କ ବିଶ୍ୱାସ ଓ ନିଷ୍ପତ୍ତି ଅନୁସାରେ ମୁଁ ନାମାଙ୍କନ ଦାଖଲ କରିବି ବୋଲି ସେ କହିଛନ୍ତି।ଏହି ଘଟଣା କିନ୍ତୁ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ କାର୍ଯ୍ୟାନୁଷ୍ଠାନ ଭୟରେ ସତ ମାନିବାକୁ ନାରାଜ ରହିଛନ୍ତି।

Leave a comment