ରାଜ୍ୟରେ ୧୧୦୮୬ ପଜିଟିଭ ଚିହ୍ନଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବେକାବୁ ହେବାରେ ଲାଗିଛି ରାଜ୍ୟ କରୋନା ସଂକ୍ରମଣ । ବିପଦ ସଙ୍କେତ ଅତିକ୍ରମ କଲାଣି ଦୈନିକ କୋଭିଡ ସଂକ୍ରମଣ ହାର । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧,୦୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୪୩୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪୬୫୫ ଜଣ ରହିଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୧୦୬୧ ଜଣ ପଜିଟିଭ ରହିଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୫୫୪୮୭ କୁ ବୃଦ୍ଧି ପାଇଥିବା ବେଳେ ୧୦୬୬୦୩୨ ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ଆଉ ୮୦୯୧୪ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଦୁଇଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ଯା ୪ ଅଙ୍କ ପାର କରିଛି। ଖୋର୍ଦ୍ଧା ଜିଲ୍ଲାରୁ ୩୪୬୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୪୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ସଂକ୍ରମିତ ଜିଲ୍ଲାଗୁଡ଼ିକ ହେଲା: ଅନୁଗୁଳ- ୧୩୯, ବାଲେଶ୍ବର-୩୨୩, ବରଗଡ଼- ୧୨୫, ଭଦ୍ରକ- ୧୩୨, ବଲାଙ୍ଗିର- ୩୦୦, କଟକ- ୭୬୬, ଢେଙ୍କାନାଳ- ୧୫୭, ଗଞ୍ଜାମ- ୧୧୬, ଜଗତସିଂହପୁର- ୨୭୩, ଯାଜପୁର- ୨୭୫, ଝାରସୁଗୁଡା- ୧୩୧, କଳାହାଣ୍ଡି- ୨୫୩, କେନ୍ଦୁଝର-୨୨୩, କୋରାପୁଟ- ୧୯୬, ମୟୁରଭଞ୍ଜ- ୩୯୩, ନବରଙ୍ଗପୁର- ୧୩୭, ନୟାଗଡ଼- ୧୪୯, ପୁରୀ- ୧୮୮, ରାୟଗଡ଼ା- ୧୮୭, ସମ୍ବଲପୁର- ୩୦୨, ସୁବର୍ଣ୍ଣପୁର- ୧୫୩ ଓ ଷ୍ଟେଟପୁଲ୍- ୭୫୯ ।