ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଉ ନାହାନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ । ରବିବାର ବିଳମ୍ବିତ ରାତିରେ ରାୟଗଡା ଜିଲ୍ଲା ଗୁଣୁପୁର ସେବାସମାଜ ପରିସରରେ ୮୮ ବର୍ଷ ବୟସରେ ସେ ଶେଷ ନିସ୍ବାସ ତ୍ୟାଗ କରିଛନ୍ତି ।
ରବିବାରଠାରୁ ତାଙ୍କୁ ସାମାନ୍ୟ ଜ୍ବର ହୋଇଥିବା ବେଳେ ବିଳମ୍ବିତ ରାତିରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ଚେତାଶୁନ୍ୟ ହୋଇପଡିଥିଲେ । ସେହି ଅବସ୍ଥାରେ ହି ସେ ସବୁଦିନ ପାଇଁ ଆଖି ବୁଜିଥିଲେ । ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାର ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ରମେଶ ଚନ୍ଦ୍ର ସାହୁ ସେବା ସମାଜରେ ପହଞ୍ଚି ଶାନ୍ତିଦେବୀଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ ।
ବିଶିଷ୍ଟ ଗାନ୍ଧିବାଦୀ ନେତା ସ୍ବର୍ଗତ ଡ. ରତନଦାସଙ୍କ ଧର୍ମ ପତ୍ନୀ ହେଉଛନ୍ତି ଶାନ୍ତୀ ଦେବୀ । ନିଜର ଜନସେବା, ନିଷ୍ଠାପର ସାଧନା, ଅନାଥ ଓ ଆଦିବାସୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା କାମରେ ସେ ଅଭିବକ୍ତ କୋରାପୁଟ ଜିଲାର ଉପାନ୍ତ ଅଞ୍ଚଳରେ ଗତ ସାତ ଦଶନ୍ଧି ଧରି କାମ କରି ଆସୁଥିଲେ ।