ଶୀତଋତୁରେ ସୁସ୍ଥ ରହିବା ପାଇଁ ଖାଆନ୍ତୁ ଏହି ସବୁ ଜିନିଷ

0

ଶୀତଋତୁ ଆସିବା ମାତ୍ରେ ତ୍ଵଚା ଶୁଷ୍କ ହେବା ସହ, ଅନେକ ଚର୍ମ ରୋଗ ଦେଖା ଦେଇଥାଏ। ଏହାସହ ଶୀତ ଦିନରେ ଲୋକଙ୍କ ଜୀବନଶୈଳୀ ସଂପୂର୍ଣ୍ଣ ବଦଳି ଯାଇଥାଏ। ଶୀତଦିନେ ମିଳୁଥିବା କିଛି ବିଶେଷ ଖାଦ୍ୟ ଆମକୁ ଶୀତରୁ ରକ୍ଷା କରିବା ସହ ଶରୀର ସୁସ୍ଥ ଓ ସୁନ୍ଦର କରିଥାଏ। ଏହି ଖାଦ୍ୟଗୁଡ଼ିକ ଶରୀରକୁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ମଧ୍ୟ ଯୋଗାଇଥାଏ ।

ଓଲ କୋବି –ଏଥିରେ ଥିବା ବିଶେଷ ଧରଣର ଆଣ୍ଟିଅକ୍ସିଡାଣ୍ଟ କର୍କଟ ଭଳି ଗୁରୁତର ରୋଗର ଆଶଙ୍କା ହ୍ରାସ କରିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହାର ଶାଗ ହୃଦୟ ପାଇଁ ବେଶ ଲାଭଦାୟକ ହୋଇଥାଏ। ଏହା ଭିଟାମିନ୍-କେ ଏବଂ ଭିଟାମିନ୍-ଏ ର ଏକ ଉତ୍ତମ ଉତ୍ସ । ଉଲ୍ କୋବି ହାଡକୁ ମଜବୁତ କରିବା ସହ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି କରିଥାଏ ।

ଖଜୁରୀ –ଖଜୁରୀରେ ଭିଟାମିନ ଏ, ଫାଇବର, ଆଇରନ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଥାଏ। କ୍ଷୀର ସହ ଖଜୁରୀ ମିଶାଇ ସେବନ କଲେ ଶରୀର ସୁସ୍ଥ ରହିବା ସହ ହାଡ଼ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ। ଶୀତଦିନେ ଏହା ଶରୀରକୁ ଉଷ୍ମ ରଖିଥାଏ।

ଅଖରୋଟ : ଅଖରୋଟକୁ ପାଣିରେ ଭିଜାଇ ଖାଇବା ଦ୍ୱାରା ମୋଟା ପଣ ହ୍ରାସ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଫ୍ୟାଟ ଦୂର କରିବା ସହ ଭଲ ନିଦ୍ରା ଦେଇଥାଏ। ଆପଣଙ୍କୁ ଯଦି ଭଲ ଭାବେ ନିଦ ହେଉ ନଥାଏ, ତେବେ ନିୟମିତ ପାଣିରେ ଭିଜାଇ ଅଖରୋଟ ଖାଆନ୍ତୁ। ଏଥିରେ ଥିବା ମେଲାଟୋନି ତତ୍ତ୍ୱ କାରଣରୁ ଭଲ ନିଦ ହୋଇଥାଏ। ଏହାକୁ ପାଣିରେ ଭିଜାଇ ନିୟମିତ ଖାଇବା ଦ୍ୱାରା ହାଡ଼ ଶକ୍ତ ହୋଇଥାଏ। ଅଖରୋଟକୁ ନିୟମିତ ଖାଇବା ଦ୍ୱାରା ଏହା ଶରୀରରେ କର୍କଟ ରୋଗ ସୃଷ୍ଟି ହେବାକୁ ଦେଇନଥାଏ।

ବାଦାମ – ପେଟ ଜନିତ ସମସ୍ୟା ରହିଛି, ଏସିଡିଟି, ପାଚନ ଜନିତ ସମସ୍ୟାରୁ ମୁକ୍ତି ପାଇଁ ରାତିରେ ଅଳ୍ପ ପରିମାଣରେ ବାଦାମକୁ ପାଣିରେ ବତୁରାଇ ସକାଳେ ଏହାକୁ ଖାଆନ୍ତୁ । ଖୁବ ଲାଭଦାୟକ ହୋଇଥାଏ ।

କିଛି ଲୋକଙ୍କୁ ଅଣ୍ଟା ଓ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ରହିଥାଏ। ଏଥିରୁ ମୁକ୍ତି ପାଇଁ ରାତିରେ ବାଦାମ ବତୁରାଇ ସକାଳେ ସାମାନ୍ୟ ଗୁଡ ସହ ଖାଆନ୍ତୁ । ବାଦାମ ରକ୍ତ ସଞ୍ଚାଳନରେ ମଧ୍ୟ ସହାୟକ ହୋଇଥାଏ । ଫଳରେ ହୃଦୟ ସୁସ୍ଥ ରହିବା ସହ ହୃଦୟ ଜନିତ ସମସ୍ୟା ସୃଷ୍ଟି ହୋଇନଥାଏ । ବତୁରା ବାଦାମ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ । ଯାହାଦ୍ଵାରା ଦିନସାରା କାମ କରିବା ପରେ ମଧ୍ୟ ହାଲିଆ ଅନୁଭବ କରିବେ ନାହିଁ

କନ୍ଧମୂଳ: ଶୀତଦିନେ ସୁସ୍ଥ ଶରୀର ପାଇଁ କନ୍ଧମୂଳ କୌଣସି ବରଦାନଠୁ କମ୍ ନୁହେଁ । କନ୍ଧମୂଳ ଭିଟାମିନ୍-ଏ ଏବଂ ପୋଟାସିୟମର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। ଏହାର ନିୟମିତ ବ୍ୟବହାର କୋଷ୍ଠକାଠିନ୍ୟ ଦୂର , ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାକୁ ସିଝାଇ କିମ୍ବା ତରକାରୀ ଭାବେ ଖାଇ ପାରିବେ। ଏହାସହ ଫୁଲ କୋବି, ବ୍ରୋକଲି, ଅଁଳା, ପାଳଙ୍ଗ ଶୀତ ଦିନେ ପ୍ରଚୁର ପରିମାଣରେ ମିଳିବା ସହ ଏହା ଅତ୍ୟନ୍ତ ଉପକାରୀ ହୋଇଥାଏ।

Leave a comment