ଭୁବନେଶ୍ୱର ମେୟର ବିବାଦ ର ଘଟିଲା ଅନ୍ତ, ହେବେ ମହିଳା ମେୟର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ମେୟର ବିବାଦ ର ଅନ୍ତ ଘଟିଛି । ଚଳିତ ଥର ରାଜଧାନୀ ଭୁବନେଶ୍ୱରରେ ମହିଳା ମେୟର ହେବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଯାହାକୁ ନେଇ ଏବେ ରାଜଧାନୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ସେହିପରି କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ମେୟର ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ରାଜଧାନୀ ଭୁବନେଶ୍ୱରର ମହାନଗର ନିଗମ (ବିଏମ୍ସି) ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯାଇଛି । ସେହିପରି କଟକ ମହାନଗର ନିଗର ନିଗମ (ସିଏମ୍ସି) ମେୟର ପଦବୀ ଅଣସଂରକ୍ଷିତ ରଖାଯାଇଥିବା ବେଳେ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯାଇଛି ।
ଏହି ସବୁ ନଗର ନିଗମର ମେୟର ସଂରକ୍ଷଣରେ ଯଦି କାହାର ଆପତି ବା ଅଭିଯୋଗ ଥିଲେ୧୫ ଦିନ ଭିତରେ ଜଣାଇବାକୁ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିରେ କୁହାଯାଇଛି । ତେବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଭୁବନେଶ୍ୱର ମହାନଗର ମେୟର ପଦବୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଅନେକ ଦିନ ହେଲା ମେୟର ପଦ ପାଇଁ ଶାସକ ଦଳରେ ଶୀତଳ ଯୁଦ୍ଧ ଜାରି ରହିଥିଲା । ଯାହାକି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଥିଲା । ମାତ୍ର ଆଜି ହଠାତ ମହିଳାଙ୍କ ପାଇଁ ଭୁବନେଶ୍ବର ମେୟର ପଦବୀ ସଂରକ୍ଷଣ ହୋଇଥିବା ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ହେବାପରର ଅନେକ ଆଶାୟୀ ମେୟର ପ୍ରର୍ଥୀଙ୍କ ସମର୍ଥକମାନେ ଏହାକୁ ବିରୋଧ କରିବା ଆରମ୍ଭ କଲେଣି । ଅପରପକ୍ଷରେ ଗୋଷ୍ଠୀ କନ୍ଦଳକୁ ଦୃଷ୍ଟିରେ ରଖି ବିଭାଗ ମେୟର ପଦବୀ ମହିଳାଙ୍କ ସଂରକ୍ଷିତ ରଖିଥିବା ଚର୍ଚ୍ଚା ହେଉଛି ।