ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ ଫସିବା ଘଟଣା, ଯାଞ୍ଚ ଟିମ୍‌ ଗଠନ କଲେ ସୁପ୍ରିମକୋର୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ ଫସିବା  ମାମଲାରେ ସଠିକ୍‌ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି । ଜଷ୍ଟିସ୍‌ ଇନ୍ଦୁ ମଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି ।

ମାମଲାର ଶୁଣାଣି ଚାଲିଥିବା ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କହିଲେ କି, ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ମାମଲାର ସଠିକ୍‌ ତଦନ୍ତ ହେବା ଜରୁରୀ । କେଉଁଠି ଭୁଲ୍‌ ରହିଗଲା । ସେନେଇ ତଦନ୍ତ  କମିଟି କରିବ ଯାଞ୍ଚ । ଏକତରଫା ଭାବେ ମାମଲାର ଯାଞ୍ଚ ହୋଇପାରିବ ନାହିଁ । ଉଭୟ ପକ୍ଷରୁ ଦଲିଲକୁ ଅନୁଧ୍ୟାନ କରିବ ଟିମ୍‌ ।

ସେହିପରି ଏହି କମିଟିରେ ହାଇକୋର୍ଟ ରେଜିଷ୍ଟ୍ରାର, ଏନ୍‌ଆଇଏ ଡିଜି ଓ ପଞ୍ଜାବ ପୋଲିସର ଅତିରିକ୍ତ ଡିଜି ରହିବେ । ଜଷ୍ଟିସ୍‌ ଇନ୍ଦୁ ମଲହୋତ୍ରା ଏହାର ଅଧ୍ୟକ୍ଷତା କରିବେ । ତେବେ ଖାସ୍‌ କରି ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ୍‌ ଏହି କମିଟି କେତେଟୋ ଟିମ୍‌ର ତର୍ଜମା କରିବ । ଯେପରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କିପରି ତ୍ରୁଟି ହେଲା, ଏଥିପାଇଁ ଦାୟୀ କିଏ ? ଭବିଷ୍ୟତରେ ଏହାର ସମାଧାନ କଣ ? । ଘଟଣାର ତଦନ୍ତ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave a comment