ଆଜି ଆସିବ ୫ ରାଜ୍ୟର ନିର୍ବାଚନ ତାରିଖ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଘୋଷଣା ହେବ ୫ ରାଜ୍ୟର ନିର୍ବାଚନ ତାରିଖ । ଅପରାହ୍ଣ ୩ଟି ୩୦ ମିନଟରେ ତାରିଖ ଘୋଷଣା କରିବେ ଜାତୀୟ ନିର୍ବାଚନ କମିଶନ । ୫ ରାଜ୍ୟରେ ନିର୍ବାଚନ ହେବା ନେଇ ପ୍ରକାଶ ପାଇବ ତାରିଖ । ଏହି ରାଜ୍ୟ ଗୁଡିକ ହେଉଛନ୍ତି ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡ ।

ଏହି ସମସ୍ତ ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । କୋଭିଡ ସଂକ୍ରମଣ ମାମଲା ବୃଦ୍ଧି ଘଟୁଥିବାବେଳେ ଏହି ସମୟରେ କିପରି ନିର୍ବାଚନ ପରିଚାଳନା କରାଯିବ ତାହାକୁ ମଧ୍ୟ ଦୃଷ୍ଟିରେ ରଖିଛନ୍ତି ନିର୍ବାଚନ କମିଶନ ।

Leave a comment