ପ୍ରଧାନମନ୍ତ୍ରୀ ମୋଦି ପଠାଇଲେ ସୁନା, ବିଜେଡ଼ି ଦେଲା ଭେଣ୍ଡି – ଗୋଲକ ମହାପାତ୍ର
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରୁ ଓଡ଼ିଶାର ଗରିବ ଲୋକଙ୍କ ପାଇଁ ଘର ପିଛା ୧ ଲକ୍ଷ ୭୦ ହଜାର ଟଙ୍କା ପଠାଉଥିବା ବେଳେ ମୋଦିଙ୍କ ଟଙ୍କାକୁ ବାଟମାରଣା କରିବା ପରେ ବିଜେଡ଼ି ଏବେ ଗରିବ ଲୋକଙ୍କୁ ୫୦୦୦ ଟଙ୍କା ଦେଇ ଭଣ୍ଡାଉଛି । ଏହି କାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଠାଇଲେ ସୁନା, ବିଜେଡ଼ି ଭେଣ୍ଡି ଦେବା ସଦୃଶ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସାଧାରଣ
ସମ୍ପାଦକ ଗୋଲକ ମହାପାତ୍ର । ଶ୍ରୀ ମହାପାତ୍ର ପକ୍କା ଘର ମରାମତି ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ସହାୟତା ରାଶି ପ୍ରଦାନ
ନେଇ ୮ଟି ପ୍ରଶ୍ନ କରିବା ସହ ଅନେକ ତଥ୍ୟ ରଖିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଘର ପିଛା ଦେଉଥିବା ମୋଟ ଟଙ୍କାର ୩ ପ୍ରତିଶତରୁ କମ ଟଙ୍କା ଦେଇ ବିଜେଡ଼ି ଗରିବଙ୍କୁ ଭୂଆଁ ବୁଲାଉଛି । ସେହିପରି ଶାସକ ଦଳ ବିଜେଡ଼ିର ଘର ପାଇନଥିବା ଲୋକଙ୍କୁ ୫ ହଜାର ଟଙ୍କା ଘର ସହାୟତା ଘୋଡ଼ା ୬ ଟଙ୍କାକୁ ଦାନା
୯ ଟଙ୍କା ସଦୃଶ । ଘର ପାଇଁ ଗରିବଙ୍କୁ ୫ ହଜାର ଟଙ୍କା ଦେଇ ପ୍ରଚାରରେ ୫୦ ହଜାର ଟଙ୍କା ଖର୍ଚ୍ଚ କରୁଛି
ବିଜେଡ଼ି । ସହାୟତା ରାଶି ଦେବା ନାଁରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା କ୍ୟାଲେଣ୍ଡର ଦେବାର ମାନେ କଣ ? କେବଳ ପ୍ରଚାର ବାବଦକୁ କୋଟି କୋଟି ଟଙ୍କା ବରବାଦ କରାଯାଉଛି । ଘର ପାଇ ନଥିବା ଲୋକଙ୍କର
ଆକ୍ରୋଶରୁ ବର୍ତିବା ପାଇଁ ବିଜେଡି ଏପରି କାହିଁକି କରୁଛି? ମାହାଙ୍ଗାର ଦୁଇ ଜଣ ବିଜେପି କାର୍ଯ୍ୟକର୍ତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ଖୋଦ୍ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନ ମଣ୍ଡଳିରେ ହତ୍ୟା କରାଯାଇଛି । ଦୁର୍ନୀତି ସାମ୍ନାକୁ ଆସିବାରୁ ମାହାଙ୍ଗାରେ ଡ଼ବଲ ମର୍ଡ଼ର ହେଲା କି? ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ହଜାର
କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଛି । ମାତ୍ର ତାହାର କାର୍ଯ୍ୟାନୁଷ୍ଠାନ ରିପୋର୍ଟ କୁଆଡ଼େ ଗଲା? ଏଥିରୁ ଗରିବ
ଲୋକଙ୍କ ହକକୁ ମାରି ନିଜର କର୍ମୀକୁ ବିଜେଡ଼ି ପୋଷୁଥିବା ପ୍ରମାଣିତ ହୋଇଛି ।
କେନ୍ଦ୍ର ସରକାର ଆବାସ ପ୍ଲସ ୱେବସାଇଟରେ ୬ ଥର ସମୟ ସୀମା ବୃଦ୍ଧି ପରେ ବି ହିତାଧିକାରୀଙ୍କ
ତାଲିକା ଦେବାରେ ସମ୍ପୂର୍ଣ୍ଣ ବିଫଳ ହେବା ପରେ ବିଜେଡି ୟୁଇଣ୍ଡୋ ନ ଖୋଲା ଯିବାର ନାଟକ ରଚିଲେ କାହିଁକି?
ପ୍ରଥମେ ୩୦ ଜୁନ୍, ୨୦୧୮, ଏହାପରେ ୩୦ ସେପ୍ଟେମ୍ବର, ୨୦୧୮, ୩୦ ନଭେମ୍ବର, ୨୦୧୮ ଏବଂ
ଶେଷରେ ୭ ମାର୍ଚ୍ଚ, ୨୦୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଅନୁରୂପ ଭାବରେ ବାତ୍ୟା ଫନୀ କାରଣରୁ
ଆବାସ ପ୍ଲାସ ପ୍ଲାଟଫର୍ମରେ ଓଡ଼ିଶାକୁ ଦୁଇଟି ସ୍ପେଶାଲ ୱିଣ୍ଡୋରେ ଅଧିକ ଯୋଗ୍ୟ ପରିବାର ବର୍ଗଙ୍କୁ ସାମିଲ
କରିବା ପାଇଁ ଅନୁମତି ଦିଆଯାଇଥିଲା । ପ୍ରଥମେ ୨୭ ଅଗଷ୍ଟ ୨୦୧୯ରୁ ୧୦ ଅଗଷ୍ଟ ୨୦୧୯ ଏବଂ ଦ୍ୱିତୀୟ
ଥର ୨୫ ସେପ୍ଟେମ୍ବର ୨୦୧୯ରୁ ୯ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା ।
୨୦୧୪ ମସିହାରେ ବିଜେଡ଼ି ନିର୍ବାଚନ ଇସ୍ତାହାରରେ କହିଥିଲା ୨୦୧୯ ମସିହା ସୁଦ୍ଧା ଓଡ଼ିଶାର ସବୁ
କଚ୍ଚା ଘରକୁ ପକ୍କା ଘରର ପରିଣତ କରିବେ । ସମସ୍ତଙ୍କ ମୁଣ୍ଡ ଉପରେ ଛାତ ଘର ରହିବ । ଭୂମିହୀନ ମାନଙ୍କୁ ବି
ଜମି ଦେଇ ପକ୍କା ଘର ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ । ସେ ପ୍ରତିଶ୍ରୁତି କୁଆଡେ ଗଲା? ବରଗଡ, ବଲାଙ୍ଗୀର,
ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ ଆଦି ୯ଟି ଜିଲ୍ଲାରେ ଘର
ଆବଂଟନରେ ଶୂନ କରାଯାଇଛି ନା ନାହିଁ ? ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଭାରତ ସରକାରଙ୍କ ଦେଉନାହଁ ।
ନିର୍ବାଚନ ଆସିବା ବେଳେ ଗରିବ ଲୋକଙ୍କ ପାଇଁ ମୋଦି ଦେଉଥିବା ୧ ଲକ୍ଷ ୭୦ ହଜାର ଟଙ୍କା ନ ଦେବା
ପରେ ଏ ଲଲିପପ କାହିଁକି ଧରଉଛ? ୫ ହଜାର ଟଙ୍କା ଦେଇ ମୁହଁ ଲୁଚାଇବା କୁ ପ୍ରୟାସ କରୁଛନ୍ତି କି ରାଜ୍ୟ
ସରକାର । ଯେଉଁମାନଙ୍କୁ ରାଜ୍ୟ ସରକାର ଆବାସ ପାଇଁ ଟଙ୍କା ବାଂଟିବେ, ତାହାର ତାଲିକା ଅଛି କି ? ଯଦି
ଅଛି ତେବେ ତାହା ସାର୍ବଜନୀନ କରିବାକୁ ଶ୍ରୀ ମହାପାତ୍ର ଦାବୀ କରିଛନ୍ତି । ଏହି ସବୁ ପ୍ରସଙ୍ଗକୁ ନେଇ ଦଳ
ଲୋକଙ୍କ ପାଖକୁ ଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ
ପଣ୍ଡା ଉପସ୍ଥିତ ଥିଲେ ।