ବିଜୁ ପକ୍କାଘର ମରାମତି ପାଇଁ ୩,୦୦୦ ଟଙ୍କା ସହାୟତା ରାଶି ବଣ୍ଟନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘର ଆମର ପରିଚୟ, ଆମର ସ୍ୱାଭିମାନ। ତେଣୁ ସମସ୍ତଙ୍କ ପାଇଁ ଆବାସ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଆମେ ଗୁରୁତ୍ୱ ଦେଇଛୁ। ୨୦୧୪ରେ ରାଜ୍ୟର ସବୁ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ଆମେ ପ୍ରତିଶ୍ରୁତି ଦେଇଥିଲୁ। ଆମେ ଆମର କଥା ରଖିଛୁ। ବର୍ତ୍ତମାନସୁଦ୍ଧା ୩୧ ଲକ୍ଷ ପରିବାରକୁ ପକ୍କା ଘର ଯୋଗାଇ ଦିଆଯାଇଛି।

ରାଜ୍ୟରେ ପକ୍କା ଘର ପାଇଥିବା ଲୋକମାନଙ୍କ ଘର ମରାମତି ପାଇଁ ୩,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ କରି ମୁଁ ବହୁତ ଖୁସି। ବିଜୁ ପକ୍କା ଘର ସମେତ ସବୁ ଗ୍ରାମୀଣ ପକ୍କା ଘର ଯୋଜନାର ହିତାଧିକାରୀମାନେ ଏହି ସୁବିଧା ପାଇବେ। ମୋଟ ୩୧ଲକ୍ଷ ପରିବାରର ବ୍ୟାଙ୍କ ଖାତାକୁ ୧,୪୪୪ କୋଟିର ସହାୟତା ରାଶି ଦିଆଯାଇଛି।

ଫନିରେ ଘର ଭାଙ୍ଗିଥିବା ଲୋକଙ୍କ ସହ ବହୁ ଜନଜାତି ଭାଇଭଉଣୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଅପେକ୍ଷା କରିଛନ୍ତି। ଏନେଇ ମୁଁ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଆସୁଛି। ଯଦି କେନ୍ଦ୍ର ସରକାର ନ ବୁଝନ୍ତି ତେବେ ଆପଣମାନଙ୍କ ରାଜ୍ୟ ସରକାର ଆପଣଙ୍କ ସାଥିରେ ଅଛି।

Leave a comment