ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା କରି ପ୍ରଦୀପ ପ୍ରଜ୍ଜ୍ୱଳନ କଲେ ରାଜ୍ୟ ସଭାପତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଦୀପଦାନ କରିଛି ବିଜେପି। ଏହା ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଛି ଦଳ। ପ୍ରଧାନମନ୍ତ୍ରୀ ସୁସ୍ଥ ରହିବା ସହ ଏହିଭଳି ଭାବରେ ଦେଶସେବା ଜାରି ରଖିଥାନ୍ତୁ ବୋଲି ଦଳ କହିଛି। ଦଳ କହିଛି ଯେ କଂଗ୍ରେସ ସରକାର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସହିତ ନୁହେଁ ବରଂ ସମଗ୍ର ଦେଶର ସୁରକ୍ଷା ସହିତ ଖେଳିଛନ୍ତି। ଦେଶର ଲୋକମାନେ ଏହାକୁ କ୍ଷମା କରିବେ ନାହିଁ। ସେ ସମସ୍ତ ଘଟଣାକୁ ବିଜେପି ନନ୍ଦା କରିଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଆଦି ପ୍ରମୁଖ ବିଜେପି ନେତା ଏକାଠି ହୋଇ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ତାଙ୍କର ସୁରକ୍ଷିତ ଜୀବନ ପାଇଁ ଲିଙ୍ଗରାଜଙ୍କ ପାଖରେ ଦୀପଦାନ କରିଛନ୍ତି।

Leave a comment