ଏହି ସବୁ ସ୍ଥାନରେ ପରିଶ୍ରା କରନ୍ତୁ ନାହିଁ, ଡାକି ଆଣିବେ ବଡ ବିପଦ
ଶାସ୍ତ୍ର ପୁରାଣରେ ମଣିଷର ସୁଖୀ ଜୀବନ ଯାପନ ପାଇଁ ଅନେକ ପ୍ରକାର ଉପାୟ କୁହା ଯାଇଛି ଓ ଏହି ଉପାୟ ଦ୍ଵାରା ମଣିଷ ନିଜ ଜୀବନରେ ଅନେକ ପରିବର୍ତ୍ତନ ଆଣିପାରିବ। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଅନୁଯାୟୀ କାମ କଲେ ଆପଣ ସୁଖୀ ରହି ପାରିବେ।
– ଦୀପାବଳି ବା ଅନ୍ୟ କେତେକ ପର୍ବ ସମୟରେ ପୁରୁଣା ଜିନିଷ ଘରୁ ବାହାର କରି ଦିଆଯାଇଥାଏ। କିନ୍ତୁ ଆପଣ ଜାଣନ୍ତି କି କେତେକ ଜିନିଷ ପୁରୁଣା ହେଲେ ମଧ୍ୟ ଲାଭକାରୀ ହୋଇଥାଏ । ଯେପରି ପୁରୁଣା ଘିଅ, ପୁରୁଣା ମହୁ ଓ ପୁରୁଣା ତେନ୍ତୁଳି, ପୁରୁଣା ବାଦ୍ୟ ବହୁତ ଶୁଭକାରୀ ହୋଇଥାଏ। ଏହାକୁ ଯେତେ ପୁରୁଣା ହେଲେବି ଘରୁ ଫିଙ୍ଗିବା ଉଚିତ ନୁହଁ।
– ସେହିପରି ଯଦି ଜଗନ୍ନାଥ ମନ୍ଦିର ଯାଉଛନ୍ତି ସେଠି ୩ ଥର ମନ୍ଦିର ପରିକ୍ରମା କରନ୍ତୁ। ଏହାଦ୍ବାରା ଆପଣଙ୍କ ଜୀବନର ବହୁତ ସମସ୍ଯା ଦୂର ହୋଇଯିବ । ଏହା ଛଡା ଯଦି ଆପଣ ଶିବ ମନ୍ଦିର ଯାଉଛନ୍ତି ତେବେ ଅର୍ଦ୍ଧ ଚନ୍ଦ୍ର ଭଳି ମନ୍ଦିରର ଅର୍ଦ୍ଧ ପରିକ୍ରମା କରିବା ଦ୍ୱାରା ଶୁଭ ଫଳ ମିଳିଥାଏ । ଏହା ଆପଣ ଓ ଆପଣଙ୍କ ପରିବାର ଲୋକଙ୍କ ପାଇଁ ବହୁତ ଶୁଭ ହୋଇଥାଏ।
-ଯଦି ଘର ଲୋକଙ୍କ ଭିତରେ ସବୁବେଳେ ମନମାଳିନ୍ୟ ଲାଗି ରହିଥାଏ ତେବେ ଶନିବାର ଦିନ ବଉଳ ଗଛ ପାଖକୁ ଯାଇ ୭ଥର ପରିକ୍ରମା କରିବା ସହ ବଉଳ ଆଣି ଘରେ ରଖନ୍ତୁ, ଦେଖିବେ ଘର ଲୋକଙ୍କ ମଧ୍ୟରେ ଭଲ ପାଇବା ବଢିବ । ଏହାସହ ଧନ ପ୍ରାପ୍ତି ହେବ।
– ଯଦି ଆପଣ ଆମିଷ ଖାଇବା ପସନ୍ଦ କରନ୍ତି ତେବେ ମହୁରାଳି ମାଛ ଖାଆନ୍ତୁ ଏହା ଦେହ ପାଇଁ ବହୁତ ଭଲ ଅଟେ ଓ ମନେ ରଖନ୍ତୁ ମାଛ ପୋଡା ଖାଇଲେ ସବୁଠାରୁ ଶୁଭ ହୋଇଥାଏ ବୋଲି ବାସ୍ତୁ ଶସ୍ତ୍ରରେ କୁହାଯାଏ ।
-ଆପଣଙ୍କ ଆଖପାଖରେ ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନେ ଯେଉଁ ଜାଗା ନାହିଁ ସେଇ ଜାଗାରେ ପରିଶ୍ରା କରି ଦିଅନ୍ତି। କିନ୍ତୁ ମନେ ରଖନ୍ତୁ ଭୁଲରେ ବି ନିଜ ଛାଇ ଉପରେ କେବେ ପରିଶ୍ରା କରିବେ ନାହିଁ ଏହା ବହୁତ କ୍ଷତିକାରକ ହୋଇଥାଏ। ଏହାଛଡା କୌଣସି ତୀର୍ଥ ସ୍ଥାନରେ ପରିଶ୍ରା କରନ୍ତୁ ନାହିଁ ଓ ସବୁଠାରୁ ମହତ୍ଵପୂର୍ଣ୍ଣ କଥା କୌଣସି ଶ୍ମଶାନ ବା ତାର ପାଖାପାଖି ପରିଶ୍ରା କରନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ବଡ ବିପଦ ଆଣି ପାରେ ।
– ସମସ୍ତଙ୍କ ଘରେ ଘଣ୍ଟି ଥିବ ନିଶ୍ଚିତ। ପ୍ରାୟତଃ ପୂଜା କଲା ସମୟରେ ଘଣ୍ଟିର ବ୍ୟବହାର ହୋଇଥାଏ କିନ୍ତୁ ମନେ ରଖନ୍ତୁ ଯେଉଁ ଘଣ୍ଟି ଉପରେ ଗରୁଡ ଚିତ୍ର ହୋଇଥାଏ ସେହି ଘରେ ଅଗ୍ନି ଭୟ, ବଜ୍ର ଭୟ ଓ ଚୋରି ଭୟ ନଥାଏ । ତେଣୁ ପୂଜାଘର ଘଣ୍ଟିରେ ଗରୁଡ଼ ମୂର୍ତ୍ତି ଥିବା ଦେଖି କିଣନ୍ତୁ।