ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ୫ ସୁଦ୍ଧା ସରିବ ସୀମା ନିର୍ଦ୍ଧାରଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଓ୍ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ । ସମସ୍ତ ମ୍ୟୁନିସିପାଲ କମିଶନର ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ପୌର ପ୍ରଶାସନ ନିର୍ଦ୍ଦେଶକ ।

ଚିଠି ଅନୁସାରେ, ୨୦୧୧ଜନଗଣନା ଅନୁଯାୟୀ ସୀମା ପୁନଃ ନିର୍ଦ୍ଧାରଣ ହେବ । ୫ମହାନଗର ନିଗମ ଓ ୧୦୭ପୌରାଞ୍ଚଳର ସୀମା ପୁନଃ ନିର୍ଦ୍ଧାରଣ କରାଯିବ । ଅଣ ସଂରକ୍ଷିତ ଅଞ୍ଚଳରେ ଓବିସି ପାଇଁ ରହିବନି ସଂରକ୍ଷଣ । ଜାନୁଆରୀ ୫ସୁଦ୍ଧା ମହାନଗର ନିଗମ ସୀମା ପୁନଃ ନିର୍ଦ୍ଧାରଣ ତାଲିକା ଦେବାକୁ ନିର୍ଦ୍ଦେଶ ।

ସେହିପରି ଜାନୁଆରୀ ୭ସୁଦ୍ଧା ପ୍ରକାଶ ପାଇବ ଚିଠା ତାଲିକା। ମ୍ୟୁନିସିପାଲିଟି, ଏନଏସି ପାଇଁ ଆଜିଠୁ ଆରମ୍ଭ ହେଲା ପ୍ରକ୍ରିୟା । ଜାନୁଆରୀ ୧୨ସୁଦ୍ଧା ଆପତ୍ତି ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାନୁଆରୀ ୧୩ରେ ପ୍ରକାଶ ପାଇବ ସୀମା ପୁନଃ ନିର୍ଦ୍ଧାରଣ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

Leave a comment