ବାହାଘରରେ ବିଳମ୍ବ ହେଉଛି କି ? କର୍ପୁରକୁ ଏମିତି ରଖନ୍ତୁ ଶୀଘ୍ର ଶୁଣିବେ ଶୁଭ ଖବର

0

କର୍ପୁର ଓ ଫିଟିକିରି ପ୍ରାୟ ସମସ୍ତଙ୍କ ଘରେ କିଛିନା କିଛି କାମରେ ବ୍ୟବହାର ହୋଇଥାଏ । ହେଲେ ଏହାର ବ୍ୟବହାର ଦ୍ୱାରା ଦୈନଦିନ ଜୀବନର ଅନେକ ସମସ୍ୟା ଲୋପ ହୋଇ ପାରେ ବୋଲି ବାସ୍ତୁରେ ବିଶ୍ୱାସ କରାଯାଏ । ଏହାସହ କର୍ପୁର ବାୟୁକୁ ସୁଦ୍ଧ କରିବା ସହ ହାନିକାରିକ ଭୂତାଣୁ ମାରିବାରେ ସକ୍ଷମ ହୋଇଥାଏ ବୋଲି ବୈଜ୍ଞାନିକମାନେ ମଧ୍ୟ ମତ ଦିଅନ୍ତି । ତେବେ କର୍ପୁର ଓ ଫିଟିକିରିକୁ କିପରି ବ୍ୟବହାର କଲେ ଓ କଣ କଣ ଲାଭ ମିଳେ ସେ ବିଷୟରେ ଆସନ୍ତୁ ଜାଣିବା…

-ପ୍ରତିଦିନ ଖରାପ ସ୍ୱପ୍ନ ଦେଖୁଛନ୍ତି ତେବେ ଏକ କଳା କନାରେ ଫିଟିକିରି ବାନ୍ଧି ବିଛଣା ତଳେ ରଖନ୍ତୁ । ଏହାଦ୍ୱାରା ଖରାପ ସ୍ୱପ୍ନ ଓ ନିଦରେ ଚମ୍‌କିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

-ବ୍ୟବସାୟ କରୁଥିଲେ, ଦୋକାନର ମୁଖ୍ୟ ଦ୍ୱାରରେ ଏକ କଳା କନାରେ ଫିଟିକିରି ବାନ୍ଧି ଓହଳାଇ ଦିଅନ୍ତୁ । ଏହାଦ୍ୱାରା ବ୍ୟବସାୟରେ ଲାଭ ମିଳିଥାଏ । ଖରାପ ଶକ୍ତିଠାରୁ ଦୂରରେ ରୁହେ ।

-ଘର ଆଖପାଖରେ ଯଦି ଶ୍ମଶାନ ରହିଛି ବା ବହୁଦିନ ହେଲା କାହାର ଘର ବନ୍ଦ ହୋଇ ରହିଛି ତେବେ ଦ୍ୱାର ଆଗରେ ଗୋଟିଏ କାଚ ପାତ୍ରରେ କିଛି ଫିଟିକିରି ରଖନ୍ତୁ । ଏହାଦ୍ୱାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ । ଏହାସହ ଘରର ଅନ୍ୟାନ ବାସ୍ତୁ ଦୋଷ ଦୂର ହୋଇଥାଏ । ପ୍ରତି ସପ୍ତାହରେ ଫିଟିକିରିକୁ ବଦଳାନ୍ତୁ ।

-ଛୋଟ ପିଲାକୁ ଦୃଷ୍ଟି ଲାଗିଥିଲେ, ତାକୁ ବିଛଣାରେ ସିଧା କରି ଶୁଆଇବା ସହ ଫିଟିକିରି ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ବୁଲାନ୍ତୁ । ଏଭଳି କରିବା ଦ୍ୱାରା ନଜର ଦୋଷ ଦୂର ହୋଇଥାଏ ।

-ସେହିଭଳି ଯଦି କୌଣସି ବ୍ୟକ୍ତିର କାଳସର୍ପ ଯୋଗ ଓ ପିତୃ ଦୋଷ ଥାଏ ତେବେ କିଛି କର୍ପୁର ଶୌଚାଳୟ ଓ ଗାଧୁଆଘରେ ରଖି ଦିଅନ୍ତୁ ଏହା ଦ୍ୱାରା ସେହି ସବୁ ସମସ୍ୟାର ସମାଧାନ ହୋଇଥାଏ ବୋଲି ବାସ୍ତୁରେ ବିଶ୍ୱାସ କରାଯାଏ ।

-ସକାଳେ ଓ ସନ୍ଧ୍ୟାରେ ପୂଜା କରିବା ସମୟରେ ଘିଅରେ କର୍ପୁର ମିଶାଇ ଜଳାନ୍ତୁ ଓ ତାର ଧୂଆଁକୁ ଘରସାରା ଖେଲେଇ ହେବାକୁ ଦିଅନ୍ତୁ ଏହାଦ୍ୱାରା ଘରେ ଶାନ୍ତିର ବାତାବରଣ ରହିବା ସହ ରୋଗ ବ୍ୟାଧି ମଧ୍ୟ ହୋଇ ନଥାଏ ।

-ଯଦି ବିବାହରେ ବିଳମ୍ବ ହେଉଛି ବା କିଛି ସମସ୍ୟା ଉପୁଜୁଛି ତେବେ ୩୬ଟି ଲବଙ୍ଗ ଓ ୬ଟି କର୍ପୁର ନେଇ ସେଥିରେ ହଳଦୀ ଓ ଅରୁଆଚାଉଳ ମିଶାଇ ଦୁର୍ଗାଙ୍କୁ ଆହୁତି ଦିଅନ୍ତୁ । ଏହାଦ୍ୱାରା ବିବାହ ସମସ୍ୟା ସମାଧାନ ହୋଇଯିବ ।

-ଗାଧୋଇବା ସମୟରେ ପାଣିରେ ଦୁଇ ଟୋପା କର୍ପୁର ତେଲ ମିଶାଇ ଲଗାନ୍ତୁ ଏହାଦ୍ୱାରା ଶରୀରରୁ ନକରାତ୍ମ ଉର୍ଜା ଦୂର ହେବା ସହ ସବୁଦିନ ଚିନ୍ତାରେ ରହୁଥିବା ବ୍ୟକ୍ତିଙ୍କ ଚିନ୍ତା ଦୂର ହୋଇ ପାରିବ ।

-ରାତିରେ ହନୁମାନ ଚାଳିଶିଆ ପାଠ କରିବା ପରେ ଦୁଇଟି କର୍ପୁର ଜଳାନ୍ତୁ ଏହାଦ୍ୱାରା ରାଗ ଶାନ୍ତ ହେବା ସହ ଆକସ୍ମିକ ଦୁର୍ଘଟଣା ଘଟିବାର ଆଶଙ୍କା କମିଥାଏ ।

-ଘରର ବାସ୍ତୁ ଦୋଷ ଥିଲେ ସେହି କୋଠରିରେ ଦୁଇଟି କର୍ପୁର ରଖିନ୍ତୁ । ଏହ ଲଗାତର ଭାବେ କରନ୍ତୁ ।

-ପତି-ପତ୍ନି ଭିତରେ ଝଗଡ଼ା ଲାଗୁଥିଲେ ପତିର ତକିଆତଳେ ସିନ୍ଦୁର ପୁଡ଼ିଆ ଓ ପତ୍ନିର ତକିଆ ତଳେ ଦୁଇଟି କର୍ପୁର ରଖନ୍ତୁ ଓ ପରଦିନ ସକାଳେ ସିନ୍ଦୁର ପୁଡ଼ିଆଟିକୁ ଗୋଟିଏ ନିକାଞ୍ଚ ସ୍ଥାନରେ ଫୋପାଡ଼ି ଦିଅନ୍ତୁ ଓ କର୍ପୁର ଦୁଇଟିକୁ ଘରେ ଜଳାଇ ଦିଅନ୍ତୁ । ଏହାଦ୍ୱାରା ସମସ୍ୟା ଦୂର ହୋଇଥାଏ । ନଚେତ ଶୋଇବା ଘରେ ଗୋଟିଏ କୋଣରେ ଦୁଇଟି କର୍ପୁର ରଖନ୍ତୁ ।

 

Leave a comment