ସରକାରଙ୍କ ଅବହେଳା, ଅାଜାଦ ମଇଦାନରେ ଗର୍ଜିଲେ ୩୦ହଜାର ଚାଷୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାରାଷ୍ଟ୍ରରେ ମୁଣ୍ଡ ଟେକିଛି ଚାଷୀ ଅାନ୍ଦୋଳନ । ଚାଷୀଙ୍କ ପ୍ରତି ସରକାର ବାରମ୍ବାର ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ଅାଣିଛନ୍ତି ଚାଷୀ ସଂଗଠନ । ଦୁଇ ଦିନିଅା ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିବା ଚାଷୀମାନେ ଅାଜି ମୁମ୍ବାଇର ଅାଜାଦ ମଇଦାନରେ ପହଞ୍ଚି ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । କିଷାନ ଓ ଅାଦିବାସୀ ଲୋକ ସଂଘର୍ଷ ସମିତିର ନେତୃତ୍ୱରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସୂଚନା ଅନୁଯାୟୀ, ଜଙ୍ଗଲ ଜମି ଅଧିକାର ଓ କୃଷି ଋଣ ଛାଡ଼ ଆଦି ଦାବି ନେଇ ବୁଧବାରଠାରୁ ଚାଷୀମାନେ ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି । ୮ ମାସ ତଳେ ଅନୁରୂପ ଦାବି ନେଇ ହଜାର ହଜାର ଚାଷୀ ନାଶିକ ଠାରୁ ପଦଯାତ୍ରା ଆରମ୍ଭ କରିଥିଲେ । ମାତ୍ର ସରକାର ଏହାର ସମାଧାନ ନେଇ କୋୖଣସି ପଦକ୍ଷେପ ଗ୍ରହଣ ନ କରିଥିବାରୁ ଚାଷୀମାନେ ପୁଣି ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି ଆନ୍ଦୋଳନରେ ୱାଟରମ୍ୟାନ୍ ଡ.ରାଜେନ୍ଦ୍ର ସିଂହ ସାମିଲଙ୍କ ସମେତ ପ୍ରାୟ ୩୦ ହଜାରରୁ ଅଧିକ ଚାଷୀ ସାମିଲ ହୋଇଛନ୍ତି ।