ବିଦ୍ୟା ବୃଦ୍ଧି ପାଇଁ କରନ୍ତୁ ଏହି ଉପାୟ

ଭଗବାନ ଗଣେଶଙ୍କୁ ବିଦ୍ୟାଦାତ, ବିଘ୍ନ ବିନାଶକ କୁହାଯାଇଥାଏ। ଏହାସହ ତାଙ୍କୁ ଅଗ୍ରପୂଜ୍ୟ କୁହାଯାଏ। ସମସ୍ତ ଶୁଭ କାର୍ଯ୍ୟରେ ପ୍ରଥମେ ଗଣେଶଙ୍କ ପୂଜା କରାଯାଇଥାଏ। ଘରର ମୁଖ୍ୟ ଦ୍ୱାର,ପୂଜା ସ୍ଥାନ, ରୋଷେଇ ଘର ଓ କାର୍ୟ୍ୟାଳୟରେ ଥିବା ବାସ୍ତୁଦୋଷ ଦୂର କରିବା ପାଇଁ ଗଣେଶ ମୂର୍ତ୍ତି ରଖା ଯାଇଥାଏ। ତେବେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରିବା ପାଇଁ କେତେକ ସ୍ଵତନ୍ତ୍ର ନିୟମ ରହିଛି, ଚାଲନ୍ତୁ ସେ ବିଷୟରେ ଜାଣିବା
-ପୂଜା ଘରେ ଗଣେଶଙ୍କର ତିନୋଟି ମୂର୍ତ୍ତି ଏକାସଙ୍ଗେ ରଖନ୍ତୁ ନାହିଁ।ଗଣେଶଙ୍କର ଏପରି ମୂର୍ତ୍ତି ଘରେ ରଖନ୍ତୁ ଯାହା ଦ୍ୱାରା ଘରର ସୁଖ ବଜାୟ ରହିବ।
– ଏହାସହ ମୂର୍ତ୍ତିର ଉଚ୍ଚତା ୧୨ଇଞ୍ଚରୁ ଅଧିକ ହୋଇ ନଥିବା ଦରକାର। ପିତ ରଙ୍ଗର ଗଣେଶ ମୂର୍ତ୍ତି ଅତ୍ୟନ୍ତ ଭଲ ଅଟେ।
-ଗଣେଶଙ୍କୁ କେବେ ବି ତୁଳସୀ ଅର୍ପଣ କରନ୍ତୁ ନାହିଁ।
-ଛୁଆଙ୍କ ପଢ଼ିବା ଘରେ ହଳଦିଆ ରଙ୍ଗର ଗଣେଶଙ୍କ ମୂର୍ତ୍ତି ରଖନ୍ତୁ।ଗୋଟିଏ ଘରେ କେବଳ ଗୋଟିଏ ମାତ୍ର ଗଣେଶଙ୍କ ମୂର୍ତ୍ତି ରଖନ୍ତୁ।ଶୋଇବା ଘରେ କେବେ ବି ଗଣେଶଙ୍କ ମୂର୍ତ୍ତି ରଖନ୍ତୁ ନାହିଁ।ଘରର ମୁଖ୍ୟ ଦ୍ୱାରରେ ଭିତରକୁ ମୁହଁ କରିଥିବା ଗଣେଶଙ୍କ ମୂର୍ତ୍ତି ରଖନ୍ତୁ।
-ପୂଜା ଘରେ ହଳଦିଆ ରଙ୍ଗର ଗଣେଶ ମୂର୍ତ୍ତି ରଖନ୍ତୁ। ଘରେ ଗଣେଶଙ୍କ ଅନେକ ମୂର୍ତ୍ତି ରଖିବା ପରିବର୍ତ୍ତେ ଗୋଟିଏ ସ୍ଥାନରେ ଓଁ ଲେଖି ଦିଅନ୍ତୁ।
-ଭଗବାନ ଗଣେଶଙ୍କର ସବୁଜ ରଙ୍ଗର ମୂର୍ତ୍ତିକୁ ଉତ୍ତର ଦିଗରେ ସ୍ଥାପନା କରନ୍ତୁ। ନିୟମିତ ୧୧ ଟି ସବୁଜ ଦୁବ ଗଣେଶଙ୍କୁ ଅର୍ପଣ କରନ୍ତୁ।ଏହା ପରେ ‘ଓଁ ନମୋ ଭଗବତେ ଗଜାନନାୟ’ ଏହି ମନ୍ତ୍ରର ୧୦୮ ଥର ଜପ କରନ୍ତୁ।
-ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ପ୍ରଭୁଙ୍କୁ ହଳଦିଆ ରଙ୍ଗର ମୋଦକ ଅର୍ପଣ କରନ୍ତୁ। ଏହା ପରେ ଏହି ଭୋଗକୁ ପିଲାମାନଙ୍କୁ ବାଣ୍ଟି ଦିଅନ୍ତୁ।ଏହି ଉପାୟ ନିୟମିତ ୧୧ ଦିନ କରନ୍ତୁ।
-ଯଦି ଅଯଥା ଧନ ଖର୍ଚ୍ଚ ହେଉଛି ତେବେ ଶ୍ରୀ ଗଣେଶଙ୍କ ହଳଦିଆ ରଙ୍ଗର ମୂର୍ତ୍ତିକୁ ଘରର ପୂର୍ବ ଦିଗରେ ସ୍ଥାପନ କରନ୍ତୁ। ଏହାସହ ନିୟମିତ ସବୁଜ ଦୁବ ସହ ଧୂପଦୀପ ଅର୍ପଣ କରନ୍ତୁ।
-ବୁଧବାର ଦିନ ଭଗବାନ ଶ୍ରୀ ଗଶେଷଙ୍କୁ ସମର୍ପିତ କରାଯାଏ। ଏହି ଦିନ ଶ୍ରୀ ଗଣେଷଙ୍କୁ ପୂଜା କଲେ ସମସ୍ତ ଦୁଃଖ ଦୂର ହେବା ସହିତ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ।ଯଦି କୌଣସି ବ୍ୟକ୍ତି କୌଣସି ରୋଗ, ଦରିଦ୍ରତା କିମ୍ବା ସଂକଟରେ ପୀଡିତ ଅଛନ୍ତି ତାହେଲେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭଗବାନ ଗଣେଷଙ୍କୁ ଭକ୍ତିପୂର୍ବକ ପୂଜା କରିବା ବହୁତ ଲାଭଦାୟକ ହେବ।
-ଜୀବନରେ ଆସୁଥିବା ବାଧାବିଘ୍ନ ଏବଂ ସମସ୍ୟାକୁ ମୁକ୍ତି ପାଇବା ପାଇଁ ଭଗବାନ ଗଣେଷଙ୍କୁ ସିନ୍ଦୁର କିମ୍ବା କୁଙ୍କୁମ ବଢ଼ାନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଏବଂ ଅସୁବିଧା ଦୂର ହୋଇଯିବ।ସ୍ୱତତେ