ମହିଳା କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲେ ସୁମିତଙ୍କ ଜେଜେ ମାଆ

0

ଡିମ୍ପଲ-ଡା. ସୁମିତଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼ । ମହିଳା କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଲା ମାମଲା । ଡା.ସୁମିତଙ୍କ ୭୮ବର୍ଷୀୟ ଜେଜେ ମାଆ ବିବାସିନୀ ସାହୁ ଉଭୟ କମିଶନଙ୍କ ନିକଟରେ ହୋଇଛନ୍ତି ଫେରାଦ । ଘର ସମ୍ମୁଖରେ ଡିମ୍ପଲଙ୍କ ଧାରଣା ଯୋଗୁଁ ଗୃହବନ୍ଦୀ ଭାବେ ଜୀବନ କାଟୁଥିବା କହିଛନ୍ତି । ନିଜେ ଓ ତାଙ୍କ ବୋହୂଙ୍କ ସମେତ ଅନ୍ୟ ସଦସ୍ୟଙ୍କ ଜୀବନ ଅସୁରକ୍ଷିତ ଥିବା ଦର୍ଶାଇ ସୁରକ୍ଷା ଓ ନ୍ୟାୟ ମାଗିଛନ୍ତି ।

ଅନ୍ୟପକ୍ଷରେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ଏହା ଏକ ସମ୍ବେଦନଶୀଳ ଘଟଣା । ମାମଲା କୋର୍ଟରେ ବିଚାରାଧୀନ ରହିଛି, ରାୟ ପାଇଁ ଧର୍ଯ୍ୟ ରଖିବା ଆବଶ୍ୟକ, ଆଇନକୁ ହାତକୁ ନେବା ଉଚିତ ନୁହେଁ । ସୁମିତଙ୍କ ଜେଜେ ମାଆ ବିବାସିନୀଙ୍କ ଅଭିଯୋଗ କମିଶନ ପାଇଛନ୍ତି । ସେମାନଙ୍କୁ ସୁରକ୍ଷା ଦେବାକୁ କମିଶନ ବ୍ରହ୍ମପୁର ଏସ ପି ଓ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେବେ ବୋଲି କହିଛନ୍ତି । ଆଜି ରାଜ୍ୟ ମହିଳା କମିଶନ ୫ଦିନିଆ ଗସ୍ତରେ ବାହାରିଥିବା ବେଳେ ରାସ୍ତାରେ ଏହି ଘଟଣାରେ ବ୍ରହ୍ମପୁର ଏସ ପିଙ୍କୁ ଭେଟିବା ସମ୍ଭାବନା ରହିଛି ।

Leave a comment