ତମ୍ବା ମୁଦି ଲଗାଇବାର ଫାଇଦା

0

ଘରର ପୁରୁଖା ଲୋକଙ୍କ ସମେତ ଡାକ୍ତରମାନେ ମଧ୍ୟ କୁହନ୍ତି ଯେ ତମ୍ବା ପାତ୍ରରେ ପାଣି ପିଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ। ଆୟୁର୍ବେଦ ଅନୁସାରେ ତମ୍ବା ବାସନରେ ପାଣି ପିଇଲେ କିମ୍ବା ଖାଇଲେ ବାତ, ପିତ୍ତ ଏବଂ କଫ ସନ୍ତୁଳିତ ରହିଥାଏ। ସେହି ଭଳି ତମ୍ବା ମୁଦି ପିନ୍ଧିଲେ ଏହା ଆପଣଙ୍କ ଶରୀରରେ ଥିବା ଜୀବାଣୁ ଗୁଡ଼ିକ ସହ ଲଢ଼ିବା ପାଇଁ ଶକ୍ତି ଯୋଗାଇଥାଏ । ଏହା ସହ ଏହାଦ୍ବାରା କେତେକ ବାସ୍ତୁ ଦୋଷରୁ ମୁକ୍ତି ମିଳିଥାଏ।

– ତମ୍ବା ମୁଦି ପିନ୍ଧିବା ଦ୍ଵାରା ମାନସିକ ଶାନ୍ତି ବଜାୟ ରହିଥାଏ। ମନ ପ୍ରଫୁଲ୍ଲ ରୁହେ। କାର୍ଯ୍ୟ କରିବାକୁ ସକ୍ରିୟ ଲାଗେ। ଯେଉଁମାନଙ୍କର କଥା କଥାକରେ ରାଗିବାର ଦୋଷ ଅଛି ସେମାନେ ଏହି ମୁଦି ପିନ୍ଧିବା ନିହାତି ଆବଶ୍ୟକ।

-ତମ୍ବା ମୁଦି ପିନ୍ଧିବା ଦ୍ଵାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଉଚ୍ଚ ରକ୍ତଚାପ ଏବଂ ନିମ୍ନ ରକ୍ତଚାପ ରୋଗିକଙ୍କ ପାଇଁ ତମ୍ବା ମୁଦି ଲାଭଦାୟକ ହୋଇଥାଏ। ଏହା ସହିତ ଏହା ଶରୀର ଫୁଲା ସମସ୍ୟା ମଧ୍ୟ ଦୂର କରିଥାଏ। ତମ୍ବା ମୁଦି ପିନ୍ଧିବା ଦ୍ଵାରା ତ୍ୱଚା ଏବଂ ସୂର୍ଯ୍ୟ ସମ୍ବଧୀୟ ସମସ୍ତ ରୋଗ ଦୂର ହୋଇଥାଏ।

– ଯଦି ସୂର୍ଯ୍ୟ ଓ ମଙ୍ଗଳ ଗ୍ରହ ଦୁର୍ବଳ ଥାଏ ତେବେ ତମ୍ବାର ମୁଦି କିମ୍ବା ଲକେଟ ଧାରଣ କରିବା ଦ୍ଵାରା ବହୁତ ଲାଭ ହୋଇଥାଏ । ଏହାକୁ ଧାରଣ କରିବା ଦ୍ଵାରା ବ୍ୟକ୍ତି ପ୍ରଭାବଶାଳୀ ହୋଇଥାଏ। ତମ୍ବା ର ମୁଦି ଧାରଣ କରିବା ଦ୍ଵାରା ବ୍ୟକ୍ତିକୁ ସମାଜ ରେ ଉଚ୍ଚ ପଦ ଓ ପ୍ରତିଷ୍ଠା ସମ୍ମାନ ପ୍ରାପ୍ତ ହୋଇଥାଏ ।

– ଯଦି ଆପଣ ରାତିରେ ଖରାପ ସ୍ଵପ୍ନ ଦେଖୁଛନ୍ତି ତେବେ ତମ୍ବା ର ମୁଦି ଧାରଣ କରିବା ଲାଭଦାୟକ ହୋଇଥାଏ । କାରଣ ତମ୍ବା ଏକ ଏହିପରି ଧାତୁ ଯାହା ସକାରାତ୍ମକ ଉର୍ଜ୍ଜା ବୃଦ୍ଧି କରିଥାଏ ।

– ଯଦି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦୋଷ ଅଛି ତେବେ ତମ୍ବା ର ମୁଦି ଖୁବ ଶୀଘ୍ର ଲଗାଇବା ଆବଶ୍ୟକ ଅଟେ । ଜ୍ୟୋତିଷ ଶାସ୍ତ୍ର କହିଥାଏ ଯେ ଏହି ଧାତୁ ଶାନ୍ତ ପ୍ରକୃତିର ହୋଇଥାଏ ଓ ଉତ୍ତାପ କୁ ଦୂର କରିଥାଏ । ତମ୍ବା ଧାରଣ କରିବା ଦ୍ଵାରା ମଣିଷ ମନକୁ ଶାନ୍ତି ମିଳିଥାଏ।

– ତମ୍ବା ଧାତୁରୁ ସିଧାସଳଖ ସମ୍ପର୍କ ସୂର୍ଯ୍ୟ ସହ ହୋଇଥାଏ। ସେଥିପାଇଁ ତମ୍ବା ମୁଦି ଅନାମିକା ଆଙ୍ଗୁଠିରେ ପିନ୍ଧିବା ଆବଶ୍ୟକ। ଏହା ଦ୍ବାରା ଜାତକରୁ ସୂର୍ଯ୍ୟଙ୍କ ଦୋଷ ଦୂର ହୋଇଥାଏ।

Leave a comment