ପୁସ୍ତକ ‘ଗଜପତି’ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

0

ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସରପ୍ରାପ୍ତ ଆଇଆରଏସ୍ ଅଧିକାରୀ ଅଶୋକ ବଳଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଗଜପତି’ ଏ କିଙ୍ଗ ଓ୍ୱିଥ୍ ଆଉଟ କିଙ୍ଗଡମ୍ (ରାଜ୍ୟ ବିହୀନ ରାଜା) ପୁସ୍ତକର ଉନ୍ମୋଚନ କରିଛନ୍ତି । ଯେଉଁଥିରେ ସୂର୍ଯ୍ୟବଂଶୀ ଗଜପତି ମହାରାଜ କପିଳେନ୍ଦ୍ର ଦେବଙ୍କ ଠାରୁ ଆରମ୍ଭ ଏବେକାର ଗଜପତିଙ୍କ ଇତିହାସ ସମ୍ପର୍କରେ ବର୍ଣ୍ଣିତ । ଗଙ୍ଗ ବଂଶର ରାଜାଙ୍କ ପରେ ମହାରାଜ କପିଳେନ୍ଦ୍ର ଦେବ ପ୍ରଥମ ମହାରାଜ ଭାବେ ଗଜପତି ଉପାଧିରେ ଭୂଷିତ ହୋଇଥିଲେ । ଏବଂ ତାଙ୍କ ଉତ୍ତରାଧିକାରୀମାନେ ଗଜପତି ଭାବେ ସମ୍ୱୋଧିତ ହେଉଥିବା ବେଳେ ତାହା ଆଜି ପର୍ଯ୍ୟନ୍ତ ପ୍ରଚଳିତ ହୋଇଆସୁଛି । ଏହି ପୁସ୍ତକରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ବିବେଚିତ ଗଜପତି ମହାରାଜ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ସହ ସମ୍ପର୍କ ବାବଦରେ ଉଲ୍ଲେଖ ରହିଛି ।
କପିଳେନ୍ଦ୍ର ଦେବଙ୍କ ସମୟରେ ଓଡ଼ିଶା ଗଙ୍ଗା ଠାରୁ କାବେରୀ ନଦୀ ଯାଏଁ ଲମ୍ୱିଥିଲା । ଏଣୁ ଗଜପତିଙ୍କ ଏହି ପୂର୍ବ ଇତିହାସ ସମ୍ପର୍କରେ ଲୋକେ ଜାଣିବା ଆବଶ୍ୟକ ଏବଂ ଏହା ଲାେକଲଲୋଚନକୁ ଆସିବା ଦରକାର । ରାଜ୍ୟର ଏହି ସମ୍ପୃଦ୍ଧ ଇତିହାସ ସମ୍ପର୍କରେ ଛାତ୍ର ଏବଂ ଶିକ୍ଷକ ଓ ସାଧାରଣ ଜନତା ମଧ୍ୟ ଜାଣିବା ଆବଶ୍ୟକ । ଶ୍ରୀ ବଳ ନିଜ ପୁସ୍ତକ ମାଧ୍ୟମରେ ପୂର୍ବ ସୁରୀମାନଙ୍କ ଏହି ଗୌରବମୟ ଗାଥାକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଛନ୍ତି ।

Leave a comment