ସିବିଏସଇ ବିବ୍ରତ, ତର୍ଜମା ପାଇଁ କମିଟି ଗଠନ କଲା ବୋର୍ଡ

0

ବିବାଦରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରଶ୍ନ ପତ୍ରରେ ପଚରା ଯାଇଥିବା ପ୍ରଶ୍ୱକୁ ନେଇ ସିବିଏସଇ ପାଇଁ ବିବାଦ ବଢିଛି । ତେବେ ଅପ୍ରୀତିକର ପରିସ୍ଥିତି ଉପୁଜିବା ପରେ ପ୍ରଶ୍ନକୁ ହଟାଇ ନେଇଛି ବୋର୍ଡ । ଏହାସହ ଘଟଣାର ତଦନ୍ତ ପାଇଁ କମିଟି ମଧ୍ୟ ଗଠନ କରାଯାଇଛି । ଏପରିକି ବୋର୍ଡ ନୋଟିସ ଜାରି କରିବା ସହ ଦଶମ ଶ୍ରେଣୀରେ ପଚରା ଯାଇଥିବା ପ୍ରବନ୍ଧ ଅନୁରୂପ ନୁହେଁ ବୋଲି କହିଥିଲା ।

ନିକଟରେ ଅନୁଷ୍ଠିତ ହୋଇଥିଲା ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଟାୟାର ୧ ପରୀକ୍ଷା । ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନରେ ତିନୋଟି ବଡ ଭୁଲ ଥିବା ଦେଖିବାକୁ ମିଳିଥିଲା । ପ୍ରଶ୍ନରେ ଥିବା ଏକ ପ୍ରବନ୍ଧରେ ମହିଳାଙ୍କ ବିରୋଧରେ ଅନେକ କିଛି ଉଲ୍ଲେଖ ହୋଇଥିଲା । କେବଳ ଏତିକି ନୁହେଁ, ପ୍ରଶ୍ନର ଆଉ ଏକ ଅନୁଚ୍ଛେଦକୁ ନେଇ ବିବାଦ ହୋଇଥିଲା । ଏହି ପ୍ରସଙ୍ଗ ସଂସଦରେ ମଧ୍ୟ ଉଠିଥିଲା ।
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସଂସଦରେ କହିଥିଲେ ଯେ, ସିବିଏସଇ ଦଶମରେ ଏକ ବିବାଦୀୟ ପ୍ରଶ୍ନ ପଚାରିଛି । ମହିଳାହ୍କୁ ସ୍ୱାଧିନତା ମିଳିବା ଠିକ୍ ନୁହେଁ । ଏହାଦ୍ୱାରା ସନ୍ତୁଳନ ବିଗୁଡୁଛି ବୋଲି ବୋଲି ଅନୁଚ୍ଛେଦରେ ଉଲ୍ଲେଖ ହୋଇଥିଲା । ଏଥିରେ ସମସ୍ତ ତଥ୍ୟ ଆପତ୍ତିଜନକ ଅଛି, ଏହା ନିରାଧାର ବୋଲି ସୋନିଆ କହିଥିଲେ ।

ବିବାଦୀୟ ପ୍ରଶ୍ନ ନୁହେଁ, ପରୀକ୍ଷାରେ ପଚରାଯାଇଥିବା ଅନେକ ସମ୍ଭାବ୍ୟ ପ୍ରଶ୍ନର ସଠିକ ଉତ୍ତର ଦିଆଯାଇ ନଥିଲା । ଆଉ କିଛି ପ୍ରଶ୍ନରେ କେବଳ ଗୋଟିଏ ହିଁ ସମ୍ଭାବ୍ୟ ଉତ୍ତର ଥିବା ଦେଖିବାକୁ ମିଳିଥିଲା । ଏହା ନୁଆ ନୁହେଁ, ଏହା ପୂର୍ବରୁ ମଧ୍ୟ ସିବିଏସଇ ଦ୍ୱାଦଶ ଶ୍ରେଣୀର ସମାଜଶାସ୍ତ୍ରରେ ଗୁଜୁରାଟ ଦଙ୍ଗାକୁ ନେଇ ପ୍ରଶ୍ନ କରାଯାଇଥିଲା । ବିବାଦ ପରେ ତଦନ୍ତ ପାଇଁ ସିବିଆଇ ଏକ କମିଟି ଗଠନ କରିବା ସହ ଭବିଷ୍ୟତରେ ଏପରି ବିଭ୍ରାଟ ଯେପରି ନହେବ ସେନେଇ ପ୍ରତିଶ୍ରୁତି ମଧ୍ୟ ଦେଇଛି ।

Leave a comment