ଡେଲଟାଠୁ ଅଧିକ ସଂକ୍ରାମକ ଓମିକ୍ରନ୍ ! ହଂକଂ ୟୁନିଭର୍ସିଟି କଲା ଖୁଲାସା
କରୋନାର ନୂଆ ଭାରିଆଣ୍ଟ ଚିନ୍ତା ବଢାଇ ଦେଇଛି । ବିଶ୍ୱର ୭୦ରୁ ଅଧିକ ଦେଶକୁ ଏହି ଭାରିଆଣ୍ଟ କବଳିତ କଲାଣି । ଏହା ଡେଲଟା ତୁଳନାରେ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ଭାରତରେ ମଧ୍ୟ ଓମିକ୍ରନର ଅନେକ ମାମଲା ସାମ୍ନାକୁ ଆସିଲାଣି ।ଏହାମଧ୍ୟରେ ୟୁନିଭର୍ସିଟି ଅଫ୍ ହଂକଂର ବିଶେଷଜ୍ଞମାନେ ନୂଆ ଖୁଲାସା କରିଛନ୍ତି ।
ବୈଜ୍ଞାନିକଙ୍କ କହିବାନୁସାରେ, ଓମିକ୍ରନ ଡେଲଟାଠୁ ୭୦ ଗୁଣା ସଂକ୍ରାମକ । ତେଣୁ ଏହା ପୂର୍ବତନ ଭାରିଆଣ୍ଟ ତୁଳନାରେ ଅଧିକ ବେଗରେ ସଂକ୍ରମିତ ହେଉଛି । ମାଇକେଲ୍ ସାନ୍ ସି ଓ୍ୱାଇ କହିଛନ୍ତି ଯେ, ସେମାନେ ୨୦୦୭ରୁ ଅନେକ ଭୂତାଣୁ ଉପରେ ଗଗେଷଣା କରୁଛନ୍ତି । ଏନଫ୍ଲୁଏଞ୍ଜା ଭଳି ଏହାର ଲକ୍ଷଣ ରହିଛି । ଯାହା ସିଧାସଳଖ ଫୁସଫୁସ ଉପରେ ପ୍ରଭାବ ପକାଇଥାଏ ।
ସେ ଆହୁରି କହିଛନ୍ତି ଯେ, ଓମିକ୍ରନକୁ ସେମାନେ ପୁରୁଣା ଭାରିଆଣ୍ଟ ସହ ତୁଳନା କରିଥିଲେ ।ଏଥିରୁ କେତେ ବେଗରେ ଓମିକ୍ରନ ସଂକ୍ରମିତ କରିଥାଏ ତାହା ଜଣାପଡିଥିଲା । ତେବେ ଏହା କେତେ ଭୟଙ୍କର ତାହା ସଂକ୍ରାମକ ଗତିରୁ ଜଣା ପଡିବ ନାହିଁ । ରୋଗପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ଏହା ନିର୍ଭର କରିଥାଏ ।
ସୂଚନାଯୋଗ୍ୟ, ଏହି ଗବେଷଣାର ନେତୃତ୍ୱ ନେଇଥିଲେ ଡାକ୍ତର ମାଇକେଲ୍ ଚାନ୍ ସି ଓ୍ୱାଇ । ଏହି ଟିମ୍ରେ କେନରି ହୁଇ ୟାନ, ମଲିକ୍ ପେରିସ, ଟାମ୍ ଓ୍ୱା ସିଂ, ଲିଓ ପୁନ ଲିଟ୍ ମ୍ୟାନ୍, ଜନ୍ ନିକୋଲାସ ମଧ୍ୟ ସାମିଲ ଥିଲେ ।