ବରଗଛ ଆପଣଙ୍କୁ କରିଦେବ ମାଲାମାଲ୍

ଖୁସିରେ ଜୀବନ ବଞ୍ଚିବା ପାଇଁ ସମସ୍ତେ ଚାହାନ୍ତି। କିନ୍ତୁ ଆଜିକା ଦିନରେ ଖୁସି ଟିକେ ମିଳିବା କଷ୍ଟକର ହୋଇପଡିଛି। ସେ ଟଙ୍କାର ଅଭାବ ହେଉ କି ପରିବାର ସମସ୍ୟାକୁ ନେଇ। ଯଦି ଆପଣବି ନିଜ ଜୀବନରେ ଖୁସି ଖୋଜି ଖୋଜି ନିରାଶ ହୋଇପଡୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ କହିବୁ ଯାହା ଆପଣଙ୍କ ଭାଗ୍ୟ ବଦଳାଇଦେବ । ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ….ଏହି ଉପାୟ ବରଗଛ ସହିତ ଜଡିତ।
– ଯଦି ଆପଣ ବ୍ୟବସାୟ କରୁଛନ୍ତି ଆଉ ସେଥିରେ କିଛି ସମସ୍ୟା ଦେଖା ଦେଇଛି, ଉନ୍ନତି ହେଉନି ତେବେ ବ୍ୟବସାୟରେ ଉନ୍ନତି ପାଇଁ ଶନିବାର ଗାଁ ମୁଣ୍ଡରେ ଥିବା ବରଗଛ ନିକଟକୁ ଯାଇ ପାନ, ଗୁଆ ଓ ଏକ କଏନ୍ ରଖି ପ୍ରଣାମ କରି ନିଜ ସମସ୍ୟା ବିଷୟରେ କୁହନ୍ତୁ। ବାସ୍, କିଛି ଦିନ ମଧ୍ୟରେ ଆପଣ ନିଜେ ଫରକ୍ ଦେଖି ପାରିବେ। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଏ ଯେ ଶନିବାର ଦିନ ବରଗଛ ମୂଳରେ ହଳଦୀ ଓ କେଶର ଚଢାଇବା ଦ୍ଵାରା ଶୁଭ ଫଳ ମିଳିଥାଏ । ସେହିପରି ବରଗଛରେ ହଳଦିଆ ରଙ୍ଗର ସୂତା ବାନ୍ଧିବା ଦ୍ଵାରା ବ୍ୟବସାୟ ଅଗ୍ରଗତି ହୋଇଥାଏ।
– ସେହିଭଳି ଶନିବାର ଦିନ ନାଲି କପଡାରେ ନଡିଆ ବାନ୍ଧି ବରଗଛ ମୂଳରେ ରଖିଦିଅନ୍ତୁ । ଏହି ଉପାୟ କର୍ମକ୍ଷେତ୍ରରେ ନିଶ୍ଚିତ ରୂପେ ସଫଳତା ଦେଇଥାଏ ବୋଲି କୁହାଯାଏ।
– ଶନିବାର ବରଗଛ ତଳେ ଶୁଦ୍ଧ ଘିଅରେ ଦୀପ ଜଳିବା ଦ୍ଵାରା ବ୍ୟବସାୟ,କର୍ମକ୍ଷେତ୍ରରେ ଲାଭ ମିଳିଥାଏ ଏବଂ ବ୍ୟାପାର କ୍ଷେତ୍ରରେ ବନ୍ଦ ହୋଇପଡିଥିବା ପଇସା ଖୁବ ଶୀଘ୍ର ଫେରି ଆସିଥାଏ ।
– କୁହାଯାଏ ଶନିବାର ବରଗଛର ଏକ ଛୋଟ ଡାଳକୁ ଘରେ ଆଣି ରଖିବା ଫଳରେ ଘରେ ସକାରାତ୍ମକ ଶକ୍ତି ବିକାଶ ହୋଇଥାଏ।ଜ୍ୟୋତିଷ ବିଦ୍ୟା ଅନୁସାରେ ବରଗଛରେ ଧଳା ସୂତାକୁ ୧୧ ଥର ଗୁଡେ଼ଇ ଜଳ ଅର୍ପଣ କଲେ ଘରୁ ଦାରିଦ୍ର୍ୟ ଦୂରେଇ ଯାଏ । ଋଣ ଭାର କମିଥାଏ। ଏହାସହ ଶନିବାର ଦିନ ବରଗଛ ତଳେ ଶୋରିଷ ତେଲର ଦୀପ ଜାଳିବା ଦ୍ଵାରା ଅନେକ ଦଶା କଟିଥାଏ।
– ଏହା ମଧ୍ୟ କୁହଯାଏ ଘରୋଇ କଳହ ଯୋଗୁଁ ଚିନ୍ତାରେ ରହୁଥିବା ବ୍ୟକ୍ତି ବରଗଛ ମୂଳରେ କର୍ପୁର ଓ ଲବଙ୍ଗ ଜଳାଇବା ଫଳରେ ଧନ ଲାଭ ହୋଇଥାଏ । ମଙ୍ଗଳବାର ବରଗଛର ୧୧ଟି ପତ୍ରରେ ହନୁମାନଙ୍କ ସିନ୍ଦୁରରେ ରାମ ନାମ ଲେଖି ଘରେ ସ୍ଥାପିତ କରିବା ଫଳରେ ଅନେକ ଲାଭ ମିଳିଥାଏ ।
– ପ୍ରତିଦିନ ବରଗଛ ମୂଳରେ ସନ୍ଧ୍ୟା ଧୂପ ଦେବା ଦ୍ଵାରା ଶନି, ରାହୁ ଗ୍ରହ ଶାନ୍ତି ହୋଇଥାନ୍ତି।