ଶୀତ ଦିନେ ରୂପି ସମସ୍ୟାର ଘରୋଇ ଉପଚାର

0

ଖାସକରି ଏହି ଶୀତଦିନରେ ମୁଣ୍ଡରେ ରୂପି ସମସ୍ୟା ଦେଖାଯାଇଥାଏ । ରୂପି ସମସ୍ୟା ଦ୍ୱାରା ଅନେକ କେଶ ଜନିତ ସମସ୍ୟା ଦେଖା ଦେଇଥାଏ । ଏହି ସମସ୍ୟା ରୁ ରକ୍ଷା ପାଇବା ପାଇଁ ଆସନ୍ତୁ କିଛି ସରଳ ଉପାୟ ଅବଲମ୍ବନ କରିବା ।

– ରୂପି ସମସ୍ୟାରୁ ରକ୍ଷା କରିବାରେ ବେଶ ଲାଭଦାୟକ ହୁଏ ନିମ୍ବତେଲ ଓ କର୍ପୁର । ନିମ୍ବତେଲରେ ସାମାନ୍ୟ କର୍ପୁର ପାଉଡ଼ର ମିଶାଇ କେଶରେ ଲଗାଇବେ । ଏହାର କିଛି ସମୟ ପରେ କେଶକୁ ଶାମ୍ପୁକରି ଧୋଇବେ ।

– କେଶ ମୂଳରେ ଦହି ଲଗାଇ ଏହା ଶୁଖିବା ପରେ,କେଶକୁ ଧୋଇ ସଫା କରିବେ । ଏହା ରୂପି ସମସ୍ୟାକୁ କମ କରିବାରେ ସାହାଯ୍ୟ କରେ ।

– ନଡ଼ିଆ ତେଲରେ ସାମାନ୍ୟ କର୍ପୁର ପାଉଡ଼ର ପକାଇ ମିକ୍ସ କରି କେଶରେ ଲଗାଇବା ଦ୍ୱାରା, ଏହା ରୂପି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ।

– ଆଲୋଭେରା ଜେଲକୁ କେଶ ମୂଳରେ ଲଗାଇ ମସାଜ କରି ୧୫ ରୁ ୨୦ ମିନିଟ ଛାଡ଼ିବେ । ତାପରେ କେଶକୁ ଶାମ୍ପୁ କରି ଧୋଇବେ । ଏପରି ସପ୍ତାହକୁ ୨ରୁ୩ ଥର କରି ପାରିବେ । ଯାହା ଦ୍ୱାରା,ରୂପି ସମସ୍ୟା କମ୍ ହୋଇଥାଏ ।

Leave a comment