ଆସନ୍ତୁ ଜାଣିବା ବୟସ ଅନୁସାରେ ଶରୀରର ଓଜନ କେତେ ରହିବା ଆବଶ୍ୟକ

0

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ସମସ୍ତେ ସୁନ୍ଦର ଦେଖା ଯିବା ପାଇଁ ନିଜ ଶରୀରର ବହୁତ ଯତ୍ନ ନେଇଥାନ୍ତି । ଅନେକ ସମୟରେ ଲୋକମାନେ ନିଜ ଶରୀରକୁ ନେଇ ଚିନ୍ତାରେ ରହିଥାନ୍ତି ଯେ , ବୟସ ଅନୁସାରେ ଶରୀରର ଓଜନ ଠିକ୍ ଅଛି କି ନାହିଁ । ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଜଣେଇବୁ ଯେ ବୟସ ଅନୁସାରେ ଶରୀରର ଓଜନ କେତେ ରହିଥାଏ । ଆଜିକାଲିର ଜୀବନଶୈଳୀ ଏବଂ ଖାଦ୍ୟପେୟ ପାଇଁ ଲୋକମାନଙ୍କ ଓଜନ ବଢିବା ସହିତ ଶରୀର ଦୁର୍ବଳ ହେବାର ଘଟଣା ଦେଖିବାକୁ ମିଳୁଛି । ଡାକ୍ତରଙ୍କ କହିବା ଅନୁସାରେ ଠିକ୍ ସମୟରେ ଓ ଠିକ୍ ପରିମାଣର ଖାଦ୍ୟ ନଖାଇବା କାରଣରୁ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା କମିଯାଏ ଓ ଶରୀରକୁ ଉଚିତ୍ ପରିମାଣର ପ୍ରୋଟିନ ମିଳିନଥାଏ। ଆଜି ଜାଣିବା ବୟସ ଅନୁସାରେ ଶରୀରର ଓଜନ କେତେ ରହିବା ଉଚିତ । ଡାକ୍ତରଙ୍କ କହିବା ଅନୁସାରେ ଜନ୍ମ ହେବା ସମୟରେ ଜଣେ ଶିଶୁପୁତ୍ରଙ୍କ ଓଜନ ୩.୩ କିଲୋ ଓ ଶିଶୁକନ୍ୟାଙ୍କ ଓଜନ ୩.୨ କିଲୋ ରହିବା ଉଚିତ୍‌।
୬ ରୁ ୮ ମାସର ମଧ୍ୟରେ ସେହି ପୁତ୍ରଶିଶୁଙ୍କ ଓଜନ ୭.୮ କିଲୋ ଓ ଶିଶୁକନ୍ୟାଙ୍କ ଓଜନ ୭.୨ ରହିବା ଉଚିତ୍‌। ତାପରେ ଯେତେବେଳେ ଶିଶୁ ପୁତ୍ର ବର୍ଷକର ହୋଇଥାଏ ତାର ଓଜନ ୧୦.୨ ଓ ଶିଶୁକନ୍ୟାଙ୍କ ଓଜନ ୯.୫ କିଲୋ ରହିବା ଉଚିତ୍‌। ୨ ବର୍ଷର ପୁଅ ୧୨.୩ କିଲୋ ଓ ଝିଅ ୧୧.୮ କିଲୋ । ତାପରେ ୫ ବର୍ଷର ପୁଅର ଓଜନ ୧୮.୭ କିଲୋ ଓ ଝିଅ ର ଓଜନ ୧୭ କିଲୋ ରହିବା ଉଚିତ୍‌। ୧୦ ବର୍ଷର ପୁଅର ଓଜନ ୩୧.୪କିଲୋ ଓ ଝିଅଙ୍କ ଓଜନ ୩୨.୫କିଲୋ ରହିବା ଉଚିତ୍‌। ୧୨ ବର୍ଷର ପୁଅ ୩୭ କିଲୋ ଓ ଝିଅଙ୍କ ଓଜନ ୩୮.୭ କିଲୋ ରହିବା ଉଚିତ୍‌। ୧୪ ବର୍ଷର ପୁଅ ୪୭ କିଲୋ ଓ ଝିଅଙ୍କ ଓଜନ ୪୮ କିଲୋ ରହିବା ଉଚିତ୍‌। ୧୮ ବର୍ଷର ପୁଅ ୬୨.୫ କିଲୋ ଓ ଝିଅଙ୍କ ଓଜନ ୫୪ କିଲୋ ରହିବା ଉଚିତ୍‌।୩୦ ବର୍ଷରୁ ୩୯ ବର୍ଷ ପର୍ଯ୍ୟନ୍ତ ପୁଅଙ୍କ ଓଜନ ୭୦.୨ ଓ ଝିଅଙ୍କ ଓଜନ ୫୮.୫ କିଲୋ ରହିବା ଉଚିତ୍‌। ୪୦ ବର୍ଷରୁ ୫୦ ବର୍ଷ ପୁରୁଷଙ୍କ ଓଜନ ୭୫.୬ ଓ ମହିଳାଙ୍କ ଓଜନ ୬୨ କିଲୋ ରହିବା ଉଚିତ୍‌। ୫୦ରୁ ୬୦ ବର୍ଷ ପୁରୁଷଙ୍କ ଓଜନ ୮୦.୬ ଓ ମହିଳାଙ୍କ ଓଜନ ୬୧ କିଲୋ ରହିବା ଉଚିତ୍‌। ଏହି ସବୁ ବିବରଣୀ ହେଉଛି ବୟସ ଅନୁସାରେ ଶରୀରର ଓଜନ , ଏହି ବିବରଣୀ ଅନୁସାରେ ଯଦି ଆପଣଙ୍କ ଶରୀରର ଓଜନ ବହୁତ କମ୍ ଥାଏ ତାହେଲେ ଆପଣ କାହା କଥାରେ ନପଡ଼ି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Leave a comment