ମହାରଥୀଙ୍କୁ ହସ୍ପିଟାଲାଇଜ କଲେ ନରସିଂହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ଦୁଇ ଦିନ ହେଲା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କ୍ୟାପିଟାଲ ହସ୍ପିଟାଲର କେବିନ ନଂ ୨ ରେ ଚିକିତ୍ସିତ ହେଉଛନ୍ତି । ଶୁକ୍ରବାର ଠାରୁ ଶୀତ ଅଧିବେଶନ ଆରମ୍ଭ ହୋଇଥିଲା ।ବିରୋଧୀ କଂଗ୍ରେସ ଓ ବିଜେପି ଚାଷୀ ସମସ୍ୟାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପୂର୍ବରୁ ଚାଷୀ ପ୍ରସଙ୍ଗ ଆଲୋଚନା କରିବାକୁ ଦାବି କରିଥିଲେ । ବାଚସ୍ପତି ଅନୁମତି ନ ଦେବାରୁ କଂଗ୍ରେସ ସଦସ୍ୟ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବିଜେପି ସଦସ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇ ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ । ପରିସ୍ଥିତି ଅସମ୍ଭାଳ ହେବାରୁ ବାଚସ୍ପତି ଗୃହକୁ ୧୧ଟା ୧୪ରୁ ମଧ୍ୟାହ୍ନ ୧୨ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ଚାଷୀଙ୍କ ସମସ୍ୟା ନେଇ ବିରୋଧୀ ଓ ଭାଜପା ସଦସ୍ୟ ହଟ୍ଟଗୋଳ କରିଥିଲେ । ଫଳରେ ଶନିବାର ସକାଳ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଶନିବାର ଗୃହକାର୍ଯ୍ୟ ଆରମ୍ଭ ହେବାପରେ ବାଚସ୍ପତି ଙ୍କ ଅନୁମତି କ୍ରମେ କୃଷି ପ୍ରସଙ୍ଗରେ ଆଲୋଚନା ଆରମ୍ଭ ହୋଇଥିଲା । କୃଷି ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେପି ବିବୃତ୍ତି ରଖିଥିଲେ ପ୍ରାୟ ୩.୨୦ ମିନିଟରେ ନରସିଂହ ଙ୍କୁ ଏହି ପ୍ରସଙ୍ଗରେ ପ୍ରଶ୍ନ କରିବାର ସୁଯୋଗ ମିଳିଥିଲା । ନରସିଂହ ଦୀର୍ଘ ୧ଘ ୪୦ ମିନିଟ ପର୍ଯ୍ୟନ୍ତ ନିଜ ପ୍ରଶ୍ନ କୃଷିମନ୍ତ୍ରୀଙ୍କୁ ପଚାରି ଚାଲିଥିଲେ । କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଡାଇବେଟିସ ରୋଗୀ ହୋଇଥିବାରୁ ସେ ତାଙ୍କ ଖାଇବା ଡେରି ହୋଇଗଲାଣି ବୋଲି କୃଷିମନ୍ତ୍ରୀ ଅନୁରୋଧ କରିଥିଲେ । ତଥାପି ନରସିଂହଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିନଥିଲା ଓଲଟା ପ୍ରଶ୍ନ ପଚାରିଚାଲିଲେ ପୁଣିଥରେ କୃଷିମନ୍ତ୍ରୀ ଇଙ୍ଗିତ କରି କହିଥିଲେ ଯେ ସାର ଆପଣଙ୍କ ଘରୁ ଫୋନ ଆସିଛି । ନରସିଂହ ଏସବୁକୁ ଖାତିର ନକରି କୃଷିମନ୍ତ୍ରୀଙ୍କୁ ପ୍ରଶ୍ନ କରି ଚାଲିଥିଲେ । ଶେଷରେ ଖାଇବା ରେ ବିଳମ୍ବ ହେବାରୁ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅବସ୍ଥା ଏପରି ଘାଇଲା ହୋଇଗଲା ଯେ ସେ ଯାଇ କ୍ୟାପିଟାଲ ହସ୍ପିଟାଲ କେବିନ ନଂ୨ ରେ ଆଡ଼ମିଟ ହେଲେ । ଏହାକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି । ବୁଦ୍ଧିଜୀବୀ ଏହା ନରସିଂହଙ୍କ ପ୍ରଶ୍ନବାଣର ଫଳ କହୁଥିବା ବେଳେ କଂଗ୍ରେସ ଓ ବିଜେପି ପ୍ରଶ୍ନରୁ ବର୍ତ୍ତିବା ଆଳରେ ଅସୁସ୍ଥତା ଏକ ବାହାନା ହୋଇଥାଇ ପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

Leave a comment