ଭିଜିଲାନ୍ସ ଜାଲରେ ବରଗଡ଼ ଅତିରିକ୍ତ ଡିଏସଡବ୍ଲୁଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରଗଡ଼ ୨୩।୧୧: ଭିଜିଲାନ୍ସ ଜାଲରେ ବରଗଡ଼ ଅତିରିକ୍ତ ଡିଏସଡବ୍ଲୁଓ ତନ୍ଦ୍ରା ସାହୁ । ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ।
ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବରଗଡ଼ ଅତିରିକ୍ତ ଡିଏସଡବ୍ଲୁଓ ତନ୍ଦ୍ରା ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ । ବରଗଡ଼ ସ୍ଥିତ ତାଙ୍କ ସରକାରୀ ଅଫିସ ଓ ବରପାଲି ବାସଭବନରେ ଏକକାଳୀନ ଚଢ଼ାଉ ଜାରି ହୋଇଛି । ଏହ୍ ଚଢାଉରେ ସମ୍ବଲପୁର ଓ ବରଗଡ଼ ଭିଜିଲାନ୍ସର ଦୁଇଟି ଟିମ ସାମିଲ ଅଛନ୍ତି । ତନ୍ଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍ ।
ସେହିପରି ଭିଜିଲାନ୍ସର ଏହି ଚଢାଉରେ ଅନେକ ଗୁରୁତ୍ୱୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବାର ସୂଚନା ମିଳିଛି । ତେବେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ସଠିକ୍‌ ସୂଚନା ମିଳିନାହିଁ ।

Leave a comment