ପେଟ୍ରୋଲ-ଡିଜେଲ ଗାଡିକୁ ବଦଳାନ୍ତୁ ଇ-ଯାନରେ : ସରକାର ଦେଲେ ମଞ୍ଜୁରି, ମିଳିବ ଏସବୁ ସୁବିଧା

0

ନୂଆଦିଲ୍ଲୀ,୨୦/୧୧: କେନ୍ଦ୍ର ସରକାର ନୂଆ ସ୍କ୍ରାପ୍ ପଲିସି ଆଣିଛନ୍ତି । ଏଥିରେ ପୁରୁଣା ଗାଡିକୁ ସ୍କ୍ରାପ୍ ପଲିସିରେ ଦେବାକୁ ନିୟମ ରହିଛି । ତେବେ ଯଦି ଆପଣଙ୍କ ପାଖରୁ ପୁରୁଣା ବାଇକ୍ ବା କାର ରହିଛି ତାହାଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଦିଲ୍ଲୀର ଆମ ଆଦମୀ ସରକାର ୧୦ ବର୍ଷର ପୁରୁଣା ଡିଜେଲ୍ ଗାଡିକୁ ଇଲେକ୍ଟ୍ରିକ୍ ବାଇକରେ ବଦଳାଇବା ପାଇଁ ଯୋଜନା ଆରମ୍ଭ କରିଛି । ଏହା ଦେଶରେ ପ୍ରଥମ ଅଟେ ।

ଅନେକ ରାଜ୍ୟର ସରକାର ରାସ୍ତାରୁ ଗାଡିସଂଖ୍ୟା କମାଇବା ପାଇଁ ଲଗାତର ପ୍ରୟାସ କରୁଛନ୍ତି । ଦିଲ୍ଲୀରେ ପ୍ରଦୂଷଣର ମୁକାବିଲା କରିବା ପାଇଁ ଇ-ବାଇକର ଚାହିଦା ବଢିବାରେ ଲାଗିଛି । ଏହି ସମୟରେ ରାଜ୍ୟ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର ଆମ୍ ଆଦମୀ ପାର୍ଟି ନେତୃତ୍ୱାଧିନ ସରକାର ପୁରୁଣା ଗାଡିକୁ ଇଲେକ୍ଟ୍ରିକ୍ ବାଇକରେ ବଦଳାଇବାକୁ ମଞ୍ଜୁରି ପ୍ରଦାନ କରିଛି । ଫଳରେ ୧୦ ବର୍ଷ ପରେ ବି ଏହି ସବୁ ଗାଡିକୁ ରାସ୍ତାରେ ଚଲାଇହେବ ।

ଆହୁରି ମଧ୍ୟ ଇ-ବାହାନ ପାଇଁ ପାର୍କିଂ ଫି’ ଛାଡ ହେବ । ଏନେଇ ଦିଲ୍ଲୀ ପୋଲିସ ଏକ ସର୍କୁଲାର ଜାରି କରିଛି । ପରିବହନ ମନ୍ତ୍ରୀ କୈଳାଶ ଗେହଲଟ୍ କହିଛନ୍ତି ଯେ, ଏହି ନିୟମକୁ ସୂଚାର ରୂପେ ଲାଗୁ କରିବା ପାଇଁ ପଦକ୍ଷେପ ନିଆଯିବ । ତିନି ଚକିଆ ଇ ଯାନ ପାଇଁ କୌଣସି ପ୍ରତିବନ୍ଧକ ଲାଗୁ ହେବ ନାହିଁ । ପୂର୍ବରୁ ଇ ଯାନର ୪୬ ୟୁନିଟ୍ ବିକ୍ରି ହୋଇଥିଲା । ଯାହା ଏବେ ୧୦୫୪ରେ ପହଁଚିଛି । ରେଜିଷ୍ଟ୍ରେସନ ମାମଲାରେ ୯୫.୬ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଏହି ନିଷ୍ପତ୍ତି ଦ୍ୱାରା ଅନେକ ଇ-ବାଇକ ପ୍ରତି ରୁଚି ରଖିବେ ।

ସୂଚନାଯୋଗ୍ୟ, ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଅଧିକ ରହିଛି । ତେଣୁ ୨୫୦ରୁ ଅଧିକ ମୁଖ୍ୟ ରାସ୍ତାରେ ସକାଳ ୭ରୁ ୧୧ ଓ ସନ୍ଧ୍ୟା ୫ଟାରୁ ୯ଟା ଯାଏଁ ମାଲବାହୀ ଗାଡି ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି ।

Leave a comment