ଢେଙ୍କାନାଳରେ ପର୍ଯ୍ୟଟନସ୍ଥଳୀର ହେବ ବିକାଶ, ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ରାଜ୍ୟରେ ବିଭିନ୍ନ ଜଣ କଲ୍ୟାଣ ଯୋଜନାମାନ ପ୍ରଣୟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଢେଙ୍କାନାଳ ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ତଥା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାଶ କରିବା ଅବସରରେ ଢେଙ୍କାନାଳରେ ପର୍ଯ୍ୟଟନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଶୈବ ପୀଠଗୁଡିକର ଉନ୍ନତି ସାଙ୍ଗକୁ ଅନ୍ୟ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯିବ । ଏହା ଢେଙ୍କାନାଳବାସୀଙ୍କ ପାଇଁ ଏକ ଖୁସି ଖବର ବୋଲି ପ୍ରକାଶ କରି ଢେଙ୍କାନାଳ ବିଧାୟକ ଢେଙ୍କାନାଳର ପର୍ଯ୍ୟଟନ ବିକାଶ ହେବ ସହ ପର୍ଯ୍ୟଟକମାନଙ୍କ ବୃଦ୍ଧି ଘଟିବା ସଂଗେ ସଂଗେ ଆନୁସଙ୍ଗିକ ବ୍ୟବସାୟ ବଢି ଲୋକ ଢେଙ୍କାନାଳ ବସି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହେବେ ବୋଲି ସୂଚନା ଦେଇଛନ୍ତି ।

Leave a comment