ଏହି ୫ ପ୍ରାଣୀଙ୍କୁ ଦେଖିଲେ ବଦଳିଯିବ ଭାଗ୍ୟ ! ଦୂର ହେବ ଆର୍ଥିକ ସମସ୍ୟା

0

ଶକୁନ ଶାସ୍ତ୍ର ମୁତାବକ, ଯଦି ରାତିରେ କିଛି ପ୍ରାଣୀ ଆପଣଙ୍କ ଘର ସାମ୍ନାରେ କିମ୍ବା ଆଖପାଖ ଅଞ୍ଚଳରେ ନଜର ଆସୁଛନ୍ତି, ତା’ହେଲେ ଏହା ମା’ ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ବୋଲି ଧରାଯାଏ। ଆସନ୍ତୁ ଜାଣିବା, ସେମାନେ କେଉଁ ସବୁ ପ୍ରାଣୀ, ଯେଉଁମାନଙ୍କୁ ରାତିରେ ଦେଖିବା ବହୁତ ଶୁଭ ହୋଇଥାଏ।

ଝିଟିପିଟି: ପ୍ରାୟତଃ ସବୁବେଳେ ଘରେ ଝିଟିପିଟି ଦେଖାଯାଇ ଥାଆନ୍ତି, ଯାହାକୁ ଆମେ ଘରୁ ଭଗେଇବା ପାଇଁ ଚେଷ୍ଟା କରିଥାଉ। ଯଦିଓ ଏହା ଆମକୁ କୌଣସି କ୍ଷତି ପହଞ୍ଚାଇ ନ ଥାଏ, କିନ୍ତୁ କୀଟପତଙ୍ଗ ଭଳି ଛୋଟ ଜୀବଙ୍କୁ ଖାଇ ଘରକୁ ସଫାସୁତରା କରି ଦେଇଥାଏ। ଶକୁନ ଶାସ୍ତ୍ର ମୁତାବକ, ରାତିରେ ଝିଟିପିଟି ଦେଖିଲେ ଘରର ସୁଖ, ସମୃଦ୍ଧି ହୋଇଥାଏ।

ବିଲେଇ: ରାତିରେ ଘରେ କିମ୍ବା ଆଖପାଖ ଅଞ୍ଚଳରେ ବିଲେଇ ଦେଖିବା ମଧ୍ୟ ମା’ ଲକ୍ଷ୍ମୀଙ୍କ ଆଗମନର ଶୁଭ ସଙ୍କେତ ହୋଇଥାଏ। କୁହାଯାଏ, ବିଲେଇ ଦେଖିଲେ ଘରେ ସୁଖଶାନ୍ତି ଆସିବାରେ ଲାଗିଥାଏ।

ଗାଈ: ଭାରତୀୟ ସଂସ୍କୃତିରେ ଗାଈ ସବୁବେଳେ ଏକ ପବିତ୍ର ପ୍ରାଣୀ ରହି ଆସିଛି। ଅନ୍ୟ ଶବ୍ଦରେ କୁହାଗଲେ, ଗାଈକୁ ଦେବତ୍ୱର ପ୍ରତୀକ ବୋଲି କୁହାଯାଏ। ଦୀପାବଳି ରାତିରେ ଗାଈ ଦେଖିବା ମଧ୍ୟ ବହୁତ ଶୁଭ ହୋଇଥାଏ। ଏହା ମା’ ଲକ୍ଷ୍ମୀଙ୍କ ଆଗମନକୁ ସୂଚାଇଥାଏ। ଏଥିରେ ପରିବାରର ଲୋକଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ବଢ଼ିଥାଏ ଏବଂ ସମ୍ପର୍କ ମଜଭୁତ ହୋଇଥାଏ।

ପେଚା: ପେଚା ଲକ୍ଷ୍ମୀଙ୍କ ବାହନ ହୋଇଥାଏ। ଶକୁନ ଶାସ୍ତ୍ରରେ କୁହାଯାଇଛି ଯେ ରାତିରେ ଯଦି ଆପଣଙ୍କୁ ପେଚା ଦେଖା ଯାଉଛି, ତା’ହେଲେ ଏହା ଶୁଭ ବୋଲି ଧରି ନିଆଯିବ। ମାନ୍ୟତା ରହିଛି, ପେଚା ଦେଖିବା ଦ୍ୱାରା ବର୍ଷସାରା ଘରେ ମା’ ଲକ୍ଷ୍ମୀଙ୍କର ବାସ ରହିଥାଏ ଏବଂ ଘର ସୁଖ, ସମୃଦ୍ଧିରେ ପୂରି ଉଠିଥାଏ।

ଚୁଚୁନ୍ଦ୍ରା: ଚୁଚୁନ୍ଦ୍ରା, ମୂଷା ଭଳି ଦେଖାଯାଉଥିବା ଏକ ଛୋଟିଆ ଜୀବ। ସାଧାରଣତଃ ଏହି ଜୀବକୁ ଘରେ ଦେଖିଲେ ଲୋକେ ତାକୁ ତୁରନ୍ତ ଭଗେଇବାକୁ ଚେଷ୍ଟା କରି ଥାଆନ୍ତି। କିନ୍ତୁ ଶକୁନ ଶାସ୍ତ୍ରରେ କୁହାଯାଇଛି କି, ଯଦି ରାତିରେ ଆପଣ ଚୁଚୁନ୍ଦ୍ରା ଦେଖୁଛନ୍ତି, ତା’ହେଲେ ଏହା ବହୁତ ଶୁଭ ହୋଇଥାଏ। ବିଶ୍ୱାସ ରହିଛି ଯେ ଦୀପାବଳିରେ ଘରେ ଚୁଚୁନ୍ଦ୍ରା ଦେଖିଲେ ଆର୍ଥିକ ସମସ୍ୟା ଦୂର ହୋଇ ଯାଇଥାଏ ଏବଂ ପରିବାରର ବିଗିଡ଼ି ଯାଇଥିବା ସମସ୍ତ କାର୍ଯ୍ୟ ପୁନଃ ଆଗକୁ ବଢ଼ିଥାଏ।

Leave a comment