ପଦ୍ମଶ୍ରୀରେ ସମ୍ମାନିତ ହୋଇ ଫେରିଲେ ରଙ୍ଗବତୀ ଗୀତିକାର ମିତ୍ରଭାନୁ ଗୌନ୍ତିଆ

0

ରଙ୍ଗବତୀ ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ଝାରସୁଗୁଡାରେ ଦିଆଗଲା ସମ୍ବର୍ଦ୍ଧନା। ବିଶ୍ଵରେ ସମ୍ବଲପୁରୀ ଗୀତର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତିଙ୍କ ନିକଟରୁ ସମ୍ମାନ ଗ୍ରହଣ କରି ବିମାନରେ ଝାରସୁଗୁଡାରେ ପହଞ୍ଚିବା ପରେ ତାଙ୍କୁ ଵିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏଥିରେ ମିତ୍ରଭାନୁ ଭାବ ବିହ୍ଵଳିତ ହୋଇ ଯାଇଥିଲେ।

ରଙ୍ଗବତୀ ସଙ୍ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆ ଗତ ୮ତାରିଖ ଦିନ ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ପଦ୍ମଶ୍ରୀ ପୁରସ୍କାର ପାଇବା ପରେ ଆଜି ଦିଲ୍ଲୀରୁ ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଂଚିଥିଲେ । ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ସହ ସାରା ବିଶ୍ୱରେ ନାଁ କରିଥିବା ମିତ୍ରଭାନୁ ଗୌନ୍ତିଆ ଏହି ସମ୍ମାନ ପାଇଥିବାରୁ ସମସ୍ତଙ୍କ ମନରେ ଖୁସି ଖେଳିଯାଇଥିଲା । ସମ୍ବଲପୁରୀ ରଙ୍ଗବତୀ ଗୀତ ଯେ, ଦିନେ ଗାଁରୁ ବିଦେଶରେ ପହଞ୍ଚିବ ଏହା କେବେ ବି ଭାବି ନ ଥିଲେ ବୋଲି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଗୌନ୍ତିଆ କହିଛନ୍ତି।

Leave a comment