ଗାଈର ଏହି ଅଙ୍ଗକୁ ଛୁଇଁଦେଲେ ଦରିଦ୍ରତା ଦୂର ହୁଏ, ତେବେ ଆସନ୍ତୁ ଜାଣିବା

0

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଗାଈ ହେଉଛି ସମସ୍ତ ଜଗତର ମା। ଗାଈ ହେଉଛି ଏକ ଦିବ୍ୟ ଜୀବ। ଯେଉଁ ଘରେ ଗାଈ ରହିଥାଏ ସେହି ଘରର ସବୁ ବାସ୍ତୁ ଦୋଷ ଦୂରତ୍ୱ ଯାଇଥାଏ। ଧାର୍ମିକ ଗ୍ରନ୍ଥ ଅନୁସାରେ ଗାଈରେ ସମସ୍ତ ଦେବତା ଏବଂ ଦେବୀ ବାସ କରିଥାନ୍ତି। ତେଣୁ ଗାଈର ପୁଜା କରିଲେ ସମସ୍ତ ଦେବତା ଏବଂ ଦେବୀଙ୍କ ପୂଜାର ଫଳ ପ୍ରାପ୍ତ ହୋଇଥାଏ। ଗାଈ ଉପରେ ସମସ୍ତ ନକ୍ଷତ୍ରର ପ୍ରଭାବ ପଡ଼ିଥାଏ। ଗାଈର ପିଠି ହାଡରେ ସୂର୍ଯ୍ୟ କେତୁ ନାଡ଼ୀ ଥାଏ। ଯାହା ସୂର୍ଯ୍ୟଙ୍କ କିରଣରୁ ରକ୍ତର ସ୍ୱର୍ଣ୍ଣ କ୍ଷ୍ୟାର ତିଆରି ହୋଇଥାଏ। ଏହି ସ୍ୱର୍ଣ୍ଣ କ୍ଷ୍ୟାର ଗାଈର କ୍ଷୀରରେ ରହିଥାଏ। ଯାହା ମଣିଷ ମାନଙ୍କ ପାଇଁ ଅମୃତ ଭୋଳି ହୋଇଥାଏ। ଏହାର ସୁବର୍ଣ୍ଣ ରଙ୍ଗ ଯୋଗୁ ଗାଈର କ୍ଷୀର ହାଲକା ହଳଦିଆ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ ଯେ ଜଣେ ବ୍ୟକ୍ତି ଗୋମାତାଙ୍କର ପୁଜା କରିବା ଦ୍ବାରାକେଉଁ ଫଳ ମିଳିଥାଏ। କାହା ସହିତ ଘରୁ ବାସ୍ତୁ ଦୋଷ ନଷ୍ଟ କରିବା ପାଇଁ କେଉଁ ଉପାୟ କରିବା ଦରକାର ଏବଂ ଗାଈର କେଉଁ ଅଙ୍ଗକୁ ସ୍ପର୍ଶ କରିବା ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ତେଣୁ ଆସନ୍ତୁ ଜାଣିବା ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।
ତେବେ ଆସନ୍ତୁ ଯାଣିନେବା ଗାଈ ଆମ ପାଇଁ କେତେ ଶୁଭ ହୋଇଥାଏ। ସନାନ୍ତନ ହିନ୍ଦୁ ଧର୍ମରେ ଗାଈ ଗଙ୍ଗା ଏବଂ ଗାୟତ୍ରୀଙ୍କ ଧାର୍ମିକ ମହତ୍ତ୍ୱ ସବୁଠୁ ଅଧିକ ଅଟେ। ଶାସ୍ତ୍ର ଅନୁସାରେ ଗାଈର ଶରୀରରେ ୩୩କୋଟି ଦେବୀ ଦେବତାଙ୍କର ବାସସ୍ଥାନ ଅଟେ। ଏବଂ ଯିଏବି ଗାଈର ପୁଜା କରେ ତାଙ୍କ ଉପରେ ସମସ୍ତ ଦେବତା ଏବଂ ଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଯିଏକି ଗାଈର ପାଳନ କରିଥାଏ ତାଙ୍କୁ ମା ଭାବରେ ସେବା କରନ୍ତି। ଗୋମାତା ତାଙ୍କ ଉପରେ ଆସୁଥିବା ସମସ୍ତ ବିପଦ କଷ୍ଟକୁ ହରଣ କରିନେଇଥାନ୍ତି। ଗୋମାତା କାମଧେନୁ ଅଟନ୍ତି। ସମସ୍ତଙ୍କର କଷ୍ଟ ଦୂର କରିଥାନ୍ତି।
ଆଉ କୁହାଯାଏ ସମସ୍ତଙ୍କର ମନସ୍କାମନା ପୂର୍ଣ କରିଥାନ୍ତି। କୁହାଯାଏ କି ସୂର୍ଯ୍ୟାସ୍ତ ପରେ ଯେତେବେଳେ ଗାଈ ଘରକୁ ଫେରୁଥାଏ ସେହି ସମୟରେ ଗାଈର ଖୁରାରୁ ଯେଉଁ ଧୂଳି ଉଡିଥାଏ ସେହି ଧୁଳିରେ ମନୁଷ୍ୟର ପାପି ଧୋଇଯାଏ। ଯଦି ବ୍ୟକ୍ତି କ୍ରୋଧି ଅଟନ୍ତି, ପାଠ ପଢାରେ ଦୁର୍ବଳ ଅଟନ୍ତି, କହିବାରେ ଅସମର୍ଥ ଅଟନ୍ତି ତେବେ ସେହି ବ୍ୟକ୍ତିଙ୍କୁ ଗୋମାତାଙ୍କୁ ସବୁଜ ଚାରା ଖାଇବାକୁ ଦେବା ଅତ୍ୟନ୍ତ ଲାଭ ପ୍ରଦ ହୋଇଥାଏ। ଏଥିରେ ବୁଦ୍ଧ ଗ୍ରହର ଦୋଷ ଠିକ ରହିଥାଏ। ଆଉ ସବୁ ସମସ୍ୟା ଦୂର ହେବାରେ ଲାଗିଥାଏ। ଗାଈର ଦାନ କରିବା ଶାସ୍ତ୍ରରେ ଶୁଭ ବୋଲି ବିବେଚନା କରାଯାଏ। ଯଦି ମଙ୍ଗଳ ଗ୍ରହର ଅବସ୍ଥିତି ଖରାପ ଅଛି ତେବେ କୌଣସି ଗରିବ ବ୍ରାହ୍ମଣଙ୍କୁ କିମ୍ବା ଗରୀବ ଲୋକଙ୍କୁ ଗାଈ ଦାନ ନିଶ୍ଚିତ କରନ୍ତୁ। ଯଦି ନବଗ୍ରହର ଶାନ୍ତି ଏବଂ ଶନିଙ୍କର ଦଶା ଠିକ କରିବାର ଅଛି ତାହେଲେ କଳା ଗାଈର ଦାନ ନିଶ୍ଚୟ କରନ୍ତୁ। ଏଥି ଦ୍ବାରା ସବୁ କଷ୍ଟରୁ ମୁକ୍ତି ମିଳିଥାଏ। ଆଉ ଶନିଦେବଙ୍କର କୃପାରୁ ସବୁକିଛି ଭଲ ହୋଇଯାଏ।

ଖରା ବେଳରେ ଘରର ଦିଗକୁ ଆସୁଥିବା ଗାଈକୁ ପାଣି ନିଶ୍ଚୟ ପିଇବାକୁ ଦିଅନ୍ତୁ। ଏମିତି କରିବା ଦ୍ବାରା ବ୍ୟକ୍ତିକୁ ଅନେକ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ। ଗୋମାତାଙ୍କୁ ଶୀତ ଦିନରେ ଗୁଡ଼ ଖାଇବାକୁ ଦିଅନ୍ତୁ। କିନ୍ତୁ ଗ୍ରୀଷ୍ମ ଦିନରେ ଗୁଡ଼ ଖାଇବାକୁ ଦିଅନ୍ତୁ ନାହିଁ। ଯଦି ପିତୃ ଦୋଷ ଦୂର କରିବାକୁ ଚାହୁଁଛନ୍ତି ତେବେ ଗାଈକୁ ଅମାବାସ୍ୟା ଦିନ ରୁଟି ଗୁଡ଼ ଏବଂ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ଏହା ଲାଭଦାୟକ ହୋଇଥାଏ। ଏହା ଦ୍ବାରା ସବୁ ପିତୃ ଦୋଷ ସମାପ୍ତ ହୋଇଯାଇ ଥାଏ।ଏହା ସହିତ ଗାଈର ପୁଜା କରିବା ଦ୍ବାରା ନବଗ୍ରହର ଶାନ୍ତି ହୋଇଥାଏ। ଯଦି ପିଲାମାନେ କଥା ଶୁଣୁ ନାହାନ୍ତି ସେମାନେ କ୍ରୋଧିତ ହୁଅନ୍ତି ଏବଂ କଥା କଥାରେ ରାଗନ୍ତି ତେବେ କୌଣସି ଦିନ ଘର ଦୁଆର ମୁହଁକୁ ଆସିଥିବା ଗାଈକୁ ପିଲାଙ୍କ ଦ୍ବାରା ଭୋଜନ କରାନ୍ତୁ।

Leave a comment