ମୃତ ବ୍ୟକ୍ତିର ଫିଙ୍ଗରପ୍ରିଣ୍ଟ କାମ କରେନି କାହିଁକି ଜାଣନ୍ତୁ
ସ୍ମାର୍ଟଯୁଗରେ ନିଜ ଜିନିଷକୁ ଲକ୍ କରିବାକୁ ମଧ୍ୟ ସ୍ମାର୍ଟ ଉପାୟ ଆସିଲାଣି। ଏହାକୁ ଆମେ ସ୍ମାର୍ଟ ଲକ୍ ବା ଫିଙ୍ଗର ପ୍ରିଣ୍ଟ ଲକ୍ ମଧ୍ୟ କହିପାରିବା। ଯାହାଦ୍ୱାରା କେହି ବି ବ୍ୟକ୍ତି ଆମର ପର୍ସନାଲ ତଥ୍ୟ ସମ୍ପର୍କରେ ଜାଣିପାରିବେନି । ତେବେ ବଞ୍ଚିଥିବା ବେଳେ ତ ବ୍ୟକ୍ତି ଅନେକବାର ଏହି ସ୍ମାର୍ଟ ଲକ୍ କୁ ବ୍ୟବହାର କରିଥାଏ। କିନ୍ତୁ ମଲାପରେ ଏହାକୁ କେମିତି ବ୍ୟବହାର କରାଯାଏ। କେହି ଜଣେ ବ୍ୟକ୍ତିର ମୃତ୍ୟୁ ପରେ ତାର ଫିଙ୍ଗରପ୍ରିଣ୍ଟ ସହ କଣ ହୋଇଥାଏ? ତାହା ପ୍ରକୃତରେ କାମ କରେ ନା ନାହିଁ , ଏସବୁ ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବୁ। ଆଜିକାଲିର ସ୍ମାର୍ଟଯୁଗରେ ସବୁଠି ଫିଙ୍ଗରପ୍ରିଣ୍ଟର ଆବଶ୍ୟକତା ରହିଛି। ଆଧାର କାର୍ଡ ହେଉ ଅବା ବ୍ୟାଙ୍କ kyc ଏମିତି ବି ମୋବାଇଲ ଫୋନକୁ ବ୍ୟବହାର କରିବା ପାଇଁ ହେଲେ ମଧ୍ୟ ଏହାର ବ୍ୟବହାର କରାଯାଏ । କିନ୍ତୁ ଯଦି ହଠାତ୍ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ଫିଙ୍ଗର ପ୍ରିଣ୍ଟ ସେପରି ରହିନଥାଏ । ଏହା ବଦଳିଯାଇଥାଏ। କାରଣ ମୃତ୍ୟୁ ପରେ ମଣିଷ ଶରୀରରେ ଇଲେକଟ୍ରିକାଲ ଶକ୍ତି ଶେଷ ହୋଇଯାଇଥାଏ। ମସ୍ତିଷ୍କ ସହ ପୂରା ଶରୀର କାମ କରିବା ବନ୍ଦ କରିଦିଏ। କହିଦେବାକୁ ଚାହୁଁ ଯେ, ଇଲେକଟ୍ରିକାଲ ଶକ୍ତି ଶେଷ ହେବା ଦ୍ୱାରା ଶରୀର କୋଶିକା ତନ୍ତ୍ର ମଧ୍ୟ କାମ କରିବା ବନ୍ଦ ହୋଇଯାଏ । ମଲା ପରେ ବ୍ୟକ୍ତିର ଫିଙ୍ଗରପ୍ରିଣ୍ଟସ୍ କାମ କରିବା ବନ୍ଦ କରିଦିଏ । ଏହା ସମ୍ପୂର୍ଣ୍ଣ ବ୍ଲର ବା ଅସ୍ପଷ୍ଟ ହୋଇଯାଏ । ମୃତବ୍ୟକ୍ତିଙ୍କ ଫିଙ୍ଗରପ୍ରିଣ୍ଟ କେବଳ ଫରେନସିକ ଏକ୍ସପର୍ଟ ଲ୍ୟାବରେ ହିଁ ସଠିକ ରୂପେ ମିଳିପାରିବ।