ଡିସେମ୍ବର ୧୪ ସୁଦ୍ଧା ପ୍ରକାଶ ପାଇବ ରାଜ୍ୟର ପୂର୍ଣ୍ଣାଙ୍ଗ ଭୋଟର ତାଲିକା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ନେଇ ଆଉ ପାଦେ ଆଗକୁ ବଢିଲେ ରାଜ୍ୟ ନିର୍ବାଚନ ଆୟୋଗ । ପଞ୍ଚାୟତ ନିର୍ବାଚନ ପାଇଁ ଓ୍ବାର୍ଡଓ୍ବାରୀ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଓ୍ବାର୍ଡଓ୍ବାରୀ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ତାରିଖ ଘୋଷଣା ହୋଇଛି । ୨୦୨୧ ମସିହା ନଭେମ୍ବର ୧ ତାରିଖ ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ହୋଇଥିବ ସେମାନେ ଯୋଗ୍ୟ ଭୋଟର ଭାବେ ଆବେଦନ କରି ପାରିବେ ।

ତେବେ ବାଲେଶ୍ଵର ଜିଲ୍ଲା ବ୍ୟତୀତ ଅନ୍ୟ ୨୯ଟି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରାଯିବ । ନଭେମ୍ବର ୧୬ରେ ସମସ୍ତ ଗ୍ରାମ ପଞ୍ଚାୟତରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯିବ । କୌଣସି ଦାବି କିମ୍ବା ଆପତ୍ତି ଓ ଅଭିଯୋଗ ଥିଲେ ୨୩ ତାରିଖ ସୁଦ୍ଧା ଇଲେକ୍ଟ୍ରୋରାଲ ରେଜିଷ୍ଟ୍ରାର ଅଫିସ ନିକଟରେ ଦାଖଲ କରିପାରିବେ । ୨୪ରୁ ୨୬ ନଭେମ୍ବର ମଧ୍ୟରେ ସମ୍ପୃକ୍ତ ଅଧିକାରୀ ଏହାର ଫଇସଲା କରିବେ ।

ଚିଠା ଭୋଟର ତାଲିକାକୁ ନେଇ ଯେଉଁମାନେ ଅସନ୍ତୋଷ ପ୍ରକାଶ କରିବେ ସେମାନେ ୨୯ରୁ ୩୦ ନଭେମ୍ବର ମଧ୍ୟରେ ବିଡିଓ ପାଖରେ ଦରଖାସ୍ତ ଆବେଦନ କରିବେ । ଡିସେମ୍ବର ୧ରୁ ୨ ଭିତରେ ବିଡ଼ିଓ ଏହି ଅଭିଯୋଗର ଫଇସଲା କରିବେ । ଡିସେମ୍ବର ୪ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ୬ ଡିସେମ୍ବର ଚୂଡାନ୍ତ ଭୋଟର ତାଲିକା କମିଶନଙ୍କ ନିକଟରେ ଦାଖଲ ହେବ । ୧୪ ତାରିଖ ସୁଦ୍ଧା ଚୂଡାନ୍ତ ଭୋଟର ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଆସିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ।

Leave a comment