ରୋଷେଇ ଘରେ ଏହିସବୁ ଜିନିଷ ସରିବା ହୋଇଥାଏ ବହୁତ ଅଶୁଭ, ଘରକୁ ଡାକିଆଣେ ଆର୍ଥିକ ସଙ୍କଟ

ମା’ ଲକ୍ଷ୍ମୀ ଧନ ଏବଂ ବୈଭବର ଦେବୀ। ମା’ ଲକ୍ଷ୍ମୀଙ୍କ କୃପା ଯୋଗୁଁ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। କିନ୍ତୁ ଯଦି ମା’ ଲକ୍ଷ୍ମୀ ରାଗିଯାଆନ୍ତି, ତେବେ ଘରକୁ ଦରିଦ୍ରତା ଆସିଯାଏ। ଲୋକଙ୍କୁ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡିଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ମା’ ଲକ୍ଷ୍ମୀଙ୍କ କୃପା ସର୍ବଦା କାମନା କରନ୍ତି। ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକ ବିଭିନ୍ନ ଅନୁଷ୍ଠାନ ମଧ୍ୟ କରନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଘରେ ସୁଖ-ସମୃଦ୍ଧିର ସମ୍ବନ୍ଧ ରୋଷେଇ ଘର ସହିତ ଜଡିତ ରହିଥାଏ। କାରଣ ରୋଷେଇ ଘରେ ମାତା ଅନ୍ନପୂର୍ଣ୍ଣା ବାସ କରନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ, ରୋଷେଇ ଘରେ କେବେ ବ କୌଣସି ଜିନିଷକୁ ସଂପୂର୍ଣ୍ଣ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ। ଏମିତି କରିବା ଦ୍ୱାରା ମାତା ଅନ୍ନପୂର୍ଣ୍ଣ ମଧ୍ୟ ରୋଷ କରନ୍ତି। ରୋଷେଇ ଘରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଜିନିଷ ଅଟା। ଏହା ପ୍ରତ୍ୟେକ ରୋଷେଇ ଘରେ ରହିଥାଏ। କିନ୍ତୁ ବାସ୍ତୁ ଅନୁସାରେ, ରୋଷେଇ ଘରୁ କେବେ ବି ଅଟା ଖାଲିହେବା ଉଚିତ ନୁହେଁ। ଆପଣ ଯେଉଁ ପାତ୍ରରେ ଅଟା ରଖୁଛନ୍ତି, ତାହା କେବେ ବି ଖାଲି ହେବା କଥା ନୁହେଁ। ଅଟା ଶେଷ ହୋଇଗଲେ ଧନର ଅଭାବ ଦେଖାଦିଏ। ଏହା ସହିତ ମାନ ସମ୍ମାନ ମଧ୍ୟ କମ୍ ହୁଏ।
ହଳଦୀରେ ଅନେକ ଔଷଧୀୟ ଗୁଣ ରହିଛି। ହଳଦୀର ବ୍ୟବହାର ପ୍ରାୟତଃ ସବୁ ଖାଦ୍ୟରେ କରାଯାଏ। ଏହାଛଡା ଶୁଭ କାମରେ ମଧ୍ୟହଳଦୀର ବ୍ୟବହାର କରାଯାଏ। ଜ୍ୟୋତିଷ ଅନୁସାରେ, ହଳଦୀର ସମ୍ବନ୍ଧ ଗୁରୁ ଗ୍ରହ ସହିତ ରହିଛି। ରୋଷେଇ ଘରେ ହଳଦୀ ଶେଷ ହୋଇଗଲେ ଗୁରୁ ଦୋଷ ଲାଗିଥାଏ। ଏହାଦ୍ୱାରା ସୁଖ ସମୃଦ୍ଧି କମ୍ ହୋଇଯାଏ, ଶୁଭ କାର୍ଯ୍ୟରେ ବାଧା ଆସେ। ତେଣୁ କେବେ ବି ରୋଷେଇ ଘରୁ ହଳଦୀ ଶେଷ ହେବାକୁ ଦିଅନ୍ତୁ ନାହିଁ।
ଅଧିକାଂଶ ଲୋକେ ଘରୁ ଚାଉଳ ଶେଷ ହେବା ପରେ ହିଁ କିଣିଥାନ୍ତି। କିନ୍ତୁଏମିତି କରିବା ଉଚିତ ନୁହେଁ। ଚାଉଳର ସଂପର୍କ ଶୁକ୍ର ଗ୍ରହ ସହିତ ରହିଥାଏ। ଶୁକ୍ର ଗ୍ରହ ଭୌତିକ ସୁଖର କାରକ ହୋଇଥାଏ। ଘରେ ଚାଉଳ ଶେଷ ହେବା ଦ୍ୱାରା ଭୌତିକ ସୁଖ ସୁବିଧାରୁ ବଞ୍ଚିତ ରହିବା ପାଇଁ ପଡିପାରେ।
ଲୁଣ ବିନା ଖାଦ୍ୟର ସ୍ୱାଦ ଅଧା ରହିଥାଏ। ରୋଷେଇ ଘରେ କିଛି ଥାଉ କି ନଥାଉ ଲୁଣ ଯେମିତି ହେଲେ ରହିଥାଏ। ରୋଷେଇ ଘରୁ ଲୁଣ ସରିବା ଦ୍ୱାରା ଆର୍ଥିକ ସଂକଟ ଆସିବାର ସମ୍ଭାବନା ରହିଥାଏ।