ମୁଗଲାଇ ପରଟା

0

ସାମଗ୍ରୀ:

୧. ୪ ଟି ପ୍ରୋଜେନ ପରଟା ସିଟ

୨. ୨ଟି ଅଣ୍ଡା

୩. କଞ୍ଚା ଲଙ୍କା

୪. ଧନିଆ ପତ୍ର

୫. ଦୁଇଟି ପିଆଜ

୬. ୪ ଚାମଚ କଟା ଯାଇଥିବା କ୍ୟାପ୍ସିକମ

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ମୁଗଲାଇ ପରଟା ପାଇଁ ସ୍ଟଫିଙ୍ଗ ବନାଇବା । ଏବେ ଦୁଇଟି ଅଣ୍ଡା ଭାଙ୍ଗନ୍ତୁ । ଏଥିରେ ପିଆଜ କଟା ଦିଅନ୍ତୁ । ଏବେ ସେଥିରେ କ୍ୟାପ୍ସିକମ, କଞ୍ଚା ଲଙ୍କା, ଲୁଣ, ଧନିଆ ପତ୍ର, ସିଝା ଅଣ୍ଡା, ରେଡ ଚି଼ଲ୍ଲୀ ଫ୍ଲାକ୍ସ ଦେଇ ସ୍ଟଫିଙ୍ଗସ ବନାନ୍ତୁ । ଏବେ ଚୁଲି ଲଗାନ୍ତୁ । ଆଉ ସେଥିରେ ଏକ ପ୍ୟାନ ବସାନ୍ତୁ ।

ଏବେ ଏକ ପରଟା ସିଟ ଦିଅନ୍ତୁ । ଏବେ ସେଥିରେ ସ୍ଟଫିଙ୍ଗ ଦିଅନ୍ତୁ । ଏବେ ତାହା ଉପରେ ଆଉ ଏକ ପରଟା ଦିଅନ୍ତୁ । ଆଉ ଆଞ୍ଚ କମ କରି ସେକି ଦିଅନ୍ତୁ । ଏପଟ ସେପଟ କରି ଭଲ ଭାବରେ ସେକିବା ପରେ ଚୁଲା ବନ୍ଦ କରିଦିଅନ୍ତୁ । ରେଡି ହେଇଗଲା ଆପଣଙ୍କର ମୁଗଲାଇ ପରଟା । ଟେଷ୍ଟ ବଢାଇବା ପାଇଁ ସେଥିରେ ଆପଣ ଚାହିଁଲେ କିଛି ବଟର ଦେଇପାରିବେ । ଏହି ପରଟାକୁ ଆପଣ ଚିକେନ କଷା, ଚି଼ଲ୍ଲୀ ଚିକେନ, ପନିର କରୀ କିମ୍ବା ଅନ୍ୟ କୌଣସି ସ୍ୱାଦିଷ୍ଟ ତରକାରୀ ସହ ଖାଇପାରିବେ ।

Leave a comment