ଶୀତରେ ତ୍ୱଚା ଶୁଷ୍କ ହୋଇଯାଉଛି କି ? କିପରି ଏହାର ଯତ୍ନ ନେବେ , ଜାଣନ୍ତୁ

0

ଏବେ ଶୀତ ଧିରେ ଧିରେ ଅନୁଭୂତ ହେଲାଣି । ଆଉ ତ୍ୱଚା ଶୁଷ୍କ ହେବା ଦେଖାଦେଲାଣି । ଏହି ସମସ୍ୟାରେ ଭାରି ଅସହଜ ମନେହୁଏ । ଅଫିସରେ କୌଣସି କାମ କଲାବେଳେ କି କାହା ସହ କଥାବାର୍ତ୍ତା ହେଉଥିବା ବେଳେ ବାରମ୍ୱାର ମୁହଁ ହାତରୁ ଓଦା କରିବାକୁ ଇଚ୍ଛା କରିବାକୁ ଇଚ୍ଛା ହୁଏ । ଏହି ସମସ୍ୟାକୁ କିପରି ଦୂରେଇବା ଆସନ୍ତୁ ଜାଣିବା –
୧ – ଶୀତରେ ବେଶୀ ସାବୁନ୍‌ର ବ୍ୟବହାର କରନ୍ତୁ ନାହିଁ । ଏହି କାରଣରୁ ତ୍ୱଚା ଅଧିକ ଶୁଷ୍କ ହେବାର କାରଣ ସାଜେ ।
୨ –ସ୍ନାନ ପୂର୍ବରୁ ଶରୀରରେ ୪ରୁ ୫ ମିନିଟ୍ ତେଲ ମାଲିସ୍‌ କରନ୍ତୁ ।
୩ – ସ୍ନାନ ପରେ ତୁରନ୍ତ ବଡି ଲୋସନ ଲଗାଇଲେ ତ୍ୱଚା ଉପରେ କୌଣସି କୁପ୍ରଭାବ ପଡେନାହିଁ ।
୪- ମୁହଁକୁ ସଫା କରିବା ପାଇଁ ଫେସ୍‌ୱାସ୍‌ ବ୍ୟବହାର ନକରି , ଶୀତରେ ସମୟରେ କ୍ଲିନଜିଙ୍ଗ ମିଲ୍କରେ ତ୍ନଚା ପୋଛି ଦିଅନ୍ତୁ ।
୫-ସ୍ନାନ ବେଳେ ତ୍ୱଚାକୁ ଧିରେ ଧିରେ ତଉଲିଆରେ ଘଷି ମଳି ବହାର କରିଦିଅନ୍ତୁ ।
୫- ଶୀତରେ ନଖ ଉଷୁମ ପାଣିରେ ସ୍ନାନ କରନ୍ତୁ । ବେଶି ଗରମ ପାଣିରେ ସ୍ନାନ କରନ୍ତୁ ନାହିଁ । ଏହା ଦ୍ୱାରା ତ୍ୱଚାର ପ୍ରାକୃତିକ ତୈଳର ହ୍ରାସ ଘଟେ ।

Leave a comment