ଧନତେରସରେ ନିଜ ରାଶି ଅନୁସାରେ ଘରକୁ ଆଣନ୍ତୁ ଏହି ଜିନିଷ, ଚମକିବ ଭାଗ୍ୟ, ହେବ ଧନର ବର୍ଷା

0

ବନ୍ଧୁଗଣ, ଦୀପାବଳୀ ଦିନ ଘରକୁ ଖୁସି ଏବଂ ସମ୍ପତ୍ତି ଆଣିବା ପାଇଁ ଆମ୍ଭେ ମାତା ଲକ୍ଷ୍ମୀ, ପ୍ରଭୁ ଗଣେଶ ଏବଂ ଭଗବାନ କୁବେର ଙ୍କ ପୂଜାର୍ଚ୍ଚନା କରିଥାଉ । ଦୀପାବଳୀ ର ୨ ଦିନ ପୂର୍ବ ରୁ ଧନତେରସ ପଡେ । ଏହିଦିନ ଠାରୁ ଦୀପାବଳୀ ଆରମ୍ଭ ହୋଇଥାଏ । ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନନ୍ତରୀ ନିଜ ସହିତ ଅମୃତ କଳସ ନେଇ ଆସିଥିଲେ । ଏଣୁ ମାନ୍ୟତା ରହିଅଛି ଯେ ଧନତେରସ ଦିନ କିଛି ନା କିଛି କିଣାକିଣି କରିଲେ ନିଶ୍ଚିତ ଶୁଭ ହୋଇଥାଏ । ଦୀପାବଳୀ ସମ୍ବନ୍ଧିତ କିଣାକିଣି ଏହି ଶୁଭ ଦିନରେ କରାଯାଇଥାଏ । ଆଜି ଆମ୍ଭେ କହିବାକୁ ଯାଉଅଛୁ ରାଶି ଅନୁଯାୟୀ କିଛି ଜିନିଷ ଏହି ଦିନ କିଣିବା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିଥାଏ ।

 

୧- ମେଷ ରାଶି, ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଧନତେରସ ଦିନ ସୁନା ଚାନ୍ଦି ର ଯେ କୌଣସି ଜିନିଷ ଆପଣ ଧନତେରସ ଦିନ ନିଶ୍ଚିତ କିଣି ଆଣନ୍ତୁ । ଏହାଦ୍ଵାରା ମାତା ଲକ୍ଷ୍ମୀ ଙ୍କ ଆପଣଙ୍କ ଉପରେ ସଂପୂର୍ଣ୍ଣ ବର୍ଷ କୃପାଦୃଷ୍ଟି ରହିବ ।

 

୨- ବୃଷ ରାଶି, ଏହିଦିନ ଆପଣ ଚାନ୍ଦି ଅଥବା ହୀରା ର ଯେକୌଣସି ଜିନିଷ ଘରକୁ ନିଶ୍ଚିତ ଆଣନ୍ତୁ । ଏହା ସହିତ ଏହିଦିନ ଜମିବାଡି ଯାନବାହାନ କିଣିଲେ ତାହା ଶୁଭ ମଧ୍ୟ ହୋଇଥାଏ ।

୩- ମିଥୁନ ରାଶି, ଆପଣ ମାନେ ଏହିଦିନ ସୁନା, ରୂପା ଅଥବା ପିତଳ ର ଯେ କୌଣସି ଜିନିଷ ଘରକୁ ନିଶ୍ଚିତ କିଣି ଆଣନ୍ତୁ । ଗଣେଶ ଭଗବାନ ଏବଂ ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି ମଧ୍ୟ କିଣନ୍ତୁ ।

୪- କର୍କଟ ରାଶି, ଏହି ରାଶିର ବ୍ୟକ୍ତି ବିଶେଷ ଆପଣ ଚାନ୍ଦି ଅଥବା ସୁନା ର ଜିନିଷ ଘରକୁ ନିଶ୍ଚିତ କିଣି ଆଣନ୍ତୁ । ଭଗବାନ ଙ୍କ ମୂର୍ତ୍ତି ତଥା ବାସନ ଯଦି କିଣନ୍ତି ତେବେ ଏହା ମଧ୍ୟ ବହୁତ ଶୁଭ ହୋଇଥାଏ ।

୫- ସିଂହ ରାଶି, ଏହି ରାଶିର ବ୍ୟକ୍ତି ମାନେ ସୁନା କିମ୍ବା ତମ୍ବା ର ଯେ କୌଣସି ଜିନିଷ କିଣି ଆଣନ୍ତୁ । ପୂଜା କରୁଥିବା ବାସନ ଭଗବାନ ଙ୍କ ପାଇଁ ନିଶ୍ଚିନ୍ତ କିଣନ୍ତୁ ।

୬- କନ୍ୟା ରାଶି, ଏହି ରାଶିର ବ୍ୟକ୍ତି ବିଶେଷ ଆପଣ ଧନତେରସ ଦିନ ସୁନା, ରୂପା ଏବଂ ଲକ୍ଷ୍ମୀ ମାତା ଗଣେଶ ଭଗବାନ ଙ୍କ ମୂର୍ତ୍ତି ଏବଂ ଶ୍ରୀ ଜନ୍ତ୍ର ମାତା ଲକ୍ଷ୍ମୀ ଙ୍କର ଘରକୁ ନିଶ୍ଚିତ କିଣି ଆଣନ୍ତୁ ।

୭- ତୁଳା ରାଶି, ଆପଣ ଏହି ଶୁଭ ଦିନରେ ରୂପା ର ଯେ କୌଣସି ବସ୍ତୁ ନିଜ ଘରକୁ ନିଶ୍ଚିତ କିଣି ଆଣନ୍ତୁ । ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ନିଶ୍ଚିତ ଭାବରେ ରହିବ ।

୮- ବିଛା ରାଶି, ଆପଣ ଧନତେରସ ଦିନ ସୁନା, ରୂପା, ତମ୍ବା କିମ୍ବା ଅଷ୍ଟଧାତୁ ରେ ଯେ କୌଣସି ଜିନିଷ କିଣି ଆଣନ୍ତୁ, ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।

୯- ଧନୁ ରାଶି, ଆପଣ ଧନତେରସ ଦିନ ସୁନା କିମ୍ବା ପିତଳ ର ଯେକୌଣସି ଜିନିଷ ନିଜ ଘରକୁ କିଣି ଆଣନ୍ତୁ ।

୧୦- ମକର ରାଶି, ଏହି ରାଶିର ବ୍ୟକ୍ତି ବିଶେଷ ରୂପା, ସୁନା ଅଥବା ଅଷ୍ଟଧାତୁ ରେ ନିର୍ମିତ ଯେ କୌଣସି ବସ୍ତୁ ନିଶ୍ଚିତ କିଣନ୍ତୁ ।

୧୧- କୁମ୍ଭ ରାଶି, ଆପଣ ଏହି ଦିନ ଅଷ୍ଟଧାତୁ, ସୁନା ଅଥବା ପିତଳ ର ଯେକୌଣସି ଜିନିଷ କିଣି ଆପଣଙ୍କ ଘରକୁ ନିଶ୍ଚିତ ଭାବରେ ଆଣନ୍ତୁ ।

୧୨- ମୀନ ରାଶି, ଆପଣ ସୁନା ଅଥବା ଯେ କୌଣସି ଧାତୁର ଜିନିଷ ନିଶ୍ଚିତ ଭାବରେ ଧନତେରସ ଦିନ କିଣି ନିଅନ୍ତୁ ଏହା କରିବା ଦ୍ଵାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ ।

 

Leave a comment