ପୋଲିସ ଓ ଓକିଲଙ୍କ ବିବାଦ ନଥମୁଣୁ, ପୁଣି ପୋଲିସ ର ଜଣେ ଓକିଲକୁ ମାଡ଼

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମ ରାଜ୍ୟରେ ଦେଖା ଦେଇଥିବା ଓକିଲ ଓ ପୋଲିସ ବିବାଦ ର ନିଆଁ କମିନଥିଲା ବେଳେ ପୁଣି ଜଣେ ଓକିଲ ଥାନା ଭିତରେ ପୋଲିସ ଠାରୁ ମାଡ଼ ଖାଇ ହସ୍ପିଟାଲରେ ଚିକିତ୍ସିତ ହେବା ଘଟଣା ପୁଣି ଓକିଲ ଏବଂ ପୋଲିସ ବିବାଦରେ ଘିଅ ଢାଳିବା ଭଳି ଘଟଣା ସୃଷ୍ଟି କରିଛି। । ମିଳିଥିବା ସୂଚନା ଅନୁଯାୟୀ ବୁଗୁଡା ର ଜଣେ ଆଇନୀଜୀବୀ ହରପ୍ରସାଦ ଦାସ ଏକ ବିବାଦୀୟ ଜମି ବିଷୟରେ ଆଲୋଚନା ପାଇଁ ଥାନା କୁ ଯାଇଥିଲେ । ସେଠାରେ ପୋଲିସ ସହ ଆଲୋଚନା ସମୟରେ ଯୁକ୍ତିତର୍କ ରୁ ପୋଲିସ ତାଙ୍କୁ ପିଠିଥିବା ର ସେ ଅଭିଯୋଗ କରିଥିବା ବେଳେ ସେ ବୁଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାକୁ ନେଇ ବୁଗୁଡା ଏବଂ ଭଞ୍ଜନଗର ଓକିଲ ସଂଘ ତରଫରୁ ବୁଗୁଡା ଥାନା ଆଇଆଇସି ଙ୍କ ବିରୁଦ୍ଧରେ ଏତଲା ଦେଇଥିବାବେଳେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆସନ୍ତା କାଲି ଗଞ୍ଜାମ ବାର ଆସୋସିଏସନ ତରଫରୁ ଏକ ସାଧାରଣ ପରିଷଦ ବୈଠକ ବସୁଥିବାର ସୂଚନା ମିଳିଛି ।

Leave a comment