ଗୋଡ ମୁଦି ପିନ୍ଧିଲେ ମିଳେ ଏସବୁ ଲାଭ

0

ଗୋଡ ମୁଦି ବା ଝୁଣ୍ଟିଆ କେବଳ ବିବାହିତ ହେବାର ସଙ୍କେତ ଦେଇ ନଥାଏ ,ଏହାର ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଏହାକୁ ପିନ୍ଧିବା ଦ୍ବାରା ମହିଳାମାନେ ଶାରୀରକ ଓ ମାନସିକ ଭାବେ ସୁସ୍ଥ ରହିଥାନ୍ତି।ପାଦର ଆଙ୍ଗୁଠୀରେ ମୁଦି ପିନ୍ଧିବା ଦ୍ବାରା ଏହା ପାଦର ତଳ ଭାଗରୁ ଆରମ୍ଭ କରି ନାଭି ପର୍ୟ୍ୟନ୍ତ ସମସ୍ତ ଶିରା ଓ ମାଂସପେଶୀୟକୁ ସନ୍ତୁଳିତ ରଖିଥାଏ। ଏହାସହ ରକ୍ତଚାପର ସମସ୍ୟା ମଧ୍ୟ ସମ୍ଭବତଃ କମ ହୋଇଥାଏ। ଏହାସହ ରକ୍ତ ସଠିକ ଭାବେ ପ୍ରବାହିତ ହୋଇଥାଏ।ପାଦର ଆଙ୍ଗୁଠୀରେ ମୁଦି ପିନ୍ଧିବାର ପରମ୍ପରା ପ୍ରାଚୀନ କାଳରୁ ରହି ଆସିଛି। ରୂପାର ମୁଦି ପାଦରେ ଧାରଣ କରିବା ଦ୍ବାରା ଶରୀରକୁ ଶୀତଳତା ପ୍ରାପ୍ତି ହୋଇଥାଏ। ଏହାସହ ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ। ରୂପାର ଗୋଡ ମୁଦି ଧାରଣ କରିବା ଦ୍ବାରା ତାହା ମହିଳାଙ୍କୁ ନକରାତ୍ମକ ଶକ୍ତି ଠାରୁ ଦୂରେଇ ରଖେ। ଏହାସହ ମାନସିକ ଚିନ୍ତାରୁ ଯଥା ସମ୍ଭବ ମୁକ୍ତି ଦେଇଥାଏ। ମାଛ ଆକୃତିର ଗୋଡ ମୁଦି ଧାରଣ କରିବା ସବୁଠାରୁ ଉତ୍ତମ ବୋଲି କୁହାଯାଏ। ଗୋଡ଼ ମୁଦି ବା ପାଉଁଜି ସର୍ବଦା ରୂପାର ଲଗେଇବା ଉଚିତ୍। ରୂପା ଚନ୍ଦ୍ରଙ୍କ କାରକ ଅଟେ। କେବେବି ସୁନାର ଗୋଡ଼ ମୁଦି ଲଗାନ୍ତୁ ନାହିଁ।ପାଦର ଦୁଇଟି କିମ୍ବା ତି​‌ନୋଟି ଆଙ୍ଗୁଠୀରେ ମୁଦି ପିନ୍ଧିବା ଭଲ ହୋଇଥାଏ। ସୁନାକୁ କେବେ ପାଦରେ ପିନ୍ଧନ୍ତୁ ନାହିଁ। ଏହା ପବିତ୍ର ଧାତୁ ହୋଇଥିବାରୁ ତାହାର ପାଉଁଜି କିମ୍ବା ଗୋଡ ମୁଦି ଧାରଣ କରିବାକୁ ବାରଣ କରାଯାଇଛି। ଏହାଦ୍ବାରା ବୃହସ୍ପତି ଗ୍ରହ ପ୍ରଭାବିତ ହୋଇଥାଆନ୍ତି। ପାଦରେ ସୁନା ପିନ୍ଧିବା ଦ୍ବାରା ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ବୁଢ଼ା ଆଙ୍ଗୁଳିକୁ ଛାଡ଼ି ଅନ୍ୟ ଆଙ୍ଗୁଳିରେ ଗୋଡ ମୁଦି ପିନ୍ଧିଲେ ଶୁଭ ହୋଇଥାଏ।

Leave a comment