ଚାଟାର୍ଡ ଫ୍ଲାଇଟର ସୁରକ୍ଷାକୁ ନେଇ ଚିନ୍ତାରେ ବିମାନ ବନ୍ଦର କର୍ତ୍ତୃପକ୍ଷ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମେକ୍ଇନ ଓଡିଶା କାର୍ଯ୍ୟକ୍ରମ ରେ ଓଡ଼ିଶା ରେ ଯୋଗ ଦେବାକୁ ଆସିଥିବା ଭାରତର ବହୁ ଶିଳ୍ପପତି ଙ୍କ ଚାଟାର୍ଡ ଫ୍ଲାଇଟର ପାର୍କିଂକୁ ନେଇ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ କିଛିଟା ଅସୁବିଧାର ସମ୍ମୁଖିନ ହୋଇଥିବାର ଖବର ଗଣମାଧ୍ୟମ ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ଗତକାଲିଠାରୁ ଆରମ୍ଭ ହୋଇଥିବା ମେକ୍ ଇନ ଓଡିଶା କାର୍ଯ୍ୟକ୍ରମ ରେ ଯୋଗ ଦେବାପାଇଁ ବହୁ ଶିଳ୍ପପତି ଭୁବନେଶ୍ୱର ରେ ଆସି ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ର ଅଧ୍ୟକ୍ଷ ମୁକେଶ ଆମ୍ବାନୀ, ଆଦାନୀ ଗ୍ରୁପର ଗୌତମ ଆଦାନୀ, ଜିନ୍ଦଲ ଗ୍ରୁପର ଅଧ୍ୟକ୍ଷ ନବୀନ ଜିନ୍ଦଲ, ଟାଟା ଗ୍ରୁପର ଅଧ୍ୟକ୍ଷ ଚନ୍ଦ୍ରଶେଖରନ୍, ଜେଏସଡବ୍ଲୁର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ବେଦାନ୍ତ ଗ୍ରୁପ ଅନୀଲ ଅଗ୍ରୱାଲ, କରନ ଆଦାନୀ, କୁମାର ମଙ୍ଗଲମ ବିର୍ଲା ପ୍ରବୃତ୍ତି ବହୁ ଶିଳ୍ପପତି ଅଛନ୍ତି । ସେମାନଙ୍କ ମଧ୍ୟରୁ ମୁକେଶ ଆମ୍ବାନୀ, କୁମାର ମଙ୍ଗଲମ ବିର୍ଲା, ଅନୀଲ ଅଗ୍ରୱାଲ, କରନ ଆଦାନୀ ପ୍ରବୃତ୍ତି ୧୨ଜଣ ଶିଳ୍ପପତି ଚାଟାର୍ଡ ଫ୍ଲାଇଟରେ ଓଡ଼ିଶାରେ ପହଞ୍ଚିଛନ୍ତି । ଏହି ସମସ୍ତ ଚାଟାର୍ଡ ଫ୍ଲାଇଟକୁ ରଖିବା ପାଇଁ ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ କିଛିଟା ଅସୁବିଧାରେ ସମ୍ମୁଖୀନ ହୋଇଥିବା ବେଳେ ଏହି ସବୁକୁ ରଖିବା ପାଇଁ ପାର୍ଶ୍ଵବତ୍ତୀ ରନୱେରେ ରଖିବା ପାଇଁ ବ୍ୟବସ୍ଥା କରାଯାଇ ଥିଲା । ଏହି ସମସ୍ତ ଚାଟାର୍ଡ ଫ୍ଲାଇଟକୁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ଵାରା କଡା ନିରାପତ୍ତା ମଧ୍ୟରେ ରଖାଯାଇଥିଲା ବେଳେ ଏହା ଓଡ଼ିଶା ତଥା ଭୁବନେଶ୍ୱର ବିମାନ ବନ୍ଦର ପାଇଁ ଶୁଭଙ୍କର ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave a comment