ବିନା ଅନିମତିରେ ବୁକ ଫେୟାର, ପୋଲିସ ଜାଣି ଅଜଣା

0

ଓଡ଼ିଶା ଫାଷ୍ଟ( ବ୍ୟୁରୋ): ଭୁବନେଶ୍ୱର, ମହାପରାକ୍ରମି କମିଶନରେଟ ପୋଲିସ ର ବିନା ଅନୁମତିରେ ଭୁବନେଶ୍ୱର ଓ କଟକରେ ପକ୍ଷୀ ବି ଉଡିବା ମନା । ହେଲେ ଖୋଦ ରାଜଧାନୀର ପଦର୍ଶନୀ ପଡ଼ିଆରେ ବିନା ପୋଲିସ ଅନୁମତିରେ ବୁକ ଫେୟାର ଚାଲୁଛି । ପୋଲିସ ଏସବୁ ଜାଣି ଅଜଣା ରହୁଛି । ଯଦି କିଛି ଅଘଟଣ ଘଟେ ଏଥିପାଇଁ କିଏ ଦାୟୀ ରହିବ ?

ଗତ ୯ ତାରିଖରୁ ଖାରବେଳନଗର ଥାନା ୟୁନିଟ ୩ ପଦର୍ଶନୀ ପଡ଼ିଆରେ କଳିଙ୍ଗ ବୁକ ଫେୟାର ଆରମ୍ଭ ହୋଇଛି । ସେଠାରେ ୫୦ରୁ ଅଧିକ ଷ୍ଟଲ ପଡ଼ିଛି । ଏଥିସହିତ କୁନିକୁନି ପିଲାଙ୍କୁ ନେଇ ସୁରଭି କାର୍ଯ୍ୟକ୍ରମ ମଧ୍ୟ ଚାଲୁଛି । ମାତ୍ର ଏଥିପାଇଁ ଆୟୋଜକ ସଂସ୍ଥା ପୋଲିସ ଅନୁମତି ନେଇନାହିଁ । ଏପରିକି ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ ନଥିବା ଅଭିଯୋଗ ହେଉଛି ।

ପ୍ରତିଦିନ ଏଠାକୁ ସହ ସହ ଲୋକ ଓ କୁନିକୁନି ପିଲାମାନେ ଆସୁଛନ୍ତି । ହେଲେ ବିନା ଅନୁମତିରେ ଚାଲୁଥିବା ଏହି ବୂକ ଫେୟାର ରେ ଯଦି କିଛି ଅଘଟଣ ଘଟେ ତେବେ, ଅକାରଣରେ ନିରୀହଙ୍କ ଧନଜୀବନ ହାନି ଘଟିବ । ରାଜଧାନୀର ଛାତି ଉପରେ ଚାଲୁଥିବା ଏଭଳି ବେଆଇନ ବୂକ ଫେୟାର ସଂପର୍କରେ ପୋଲିସ ଜାଣିଥିଲେ ମଧ୍ୟ ଚୁପ ରହିବା ସନ୍ଦେହ ସୃଷ୍ଟି କରିଛି । ପୋଲିସ କମିଶନର ଓ ଡିସିପି ଘଟଣାର ଅନୁଧ୍ୟାନ କରିବାକୁ ଦାବି ହେଉଛି ।

Leave a comment