ଶୀତଦିନେ ରୂପି ସମସ୍ୟାରୁ ମୁକ୍ତି ପାଇଁ କରନ୍ତୁ ଏମିତି କିଛି

0

ଶୀତ ଦିନେ ରୂପି ଏକ ଜଟିଳ ସମସ୍ୟା ପାଲଟିଥାଏ। ଏହି ସମସ୍ୟା ଯୋଗୁ କେଶ ଝଡ଼ିବା ମଧ୍ୟ ଆରମ୍ଭ ହୋଇଥାଏ। ଏଥିପାଇଁ ଲୋକେ ବହୁତ ଔଷଧ ,ପାର୍ଲର ଟ୍ରିଟମେଣ୍ଟ କରି ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି। କିନ୍ତୁ କେତେକ ଘରୋଇ ଉପଚାର ଦ୍ଵାରା ରୂପି ସମସ୍ୟାରୁ ମୁକ୍ତି ପାଇପାରିବେ। ତେବେ ଚାଲନ୍ତୁ ଜାଣିବା ଘରୋଇ ଉପଚାରରେ କିପରି ରୂପି ସମସ୍ୟା ଦୂର କରିବା

ଲେମ୍ବୁ ସହିତ ନଡିଆ ତେଲ:

ନଡ଼ିଆ ତେଲ ଆପଣଙ୍କ କେଶକୁ ପୁଷ୍ଟିକର ରଖିବା ସହ କୋମଳ କରିଥାଏ। ନଡ଼ିଆ ତେଲ ଓ ଲେମ୍ବୁ ମିଶାଇ କେଶରେ ଲଗାଇନ୍ତୁ। ଏବଂ କିଛି ସମୟ ରଖିବା ପରେ ଭଲଭାବରେ କେଶ ଧୋଇ ଦିଅନ୍ତୁ। ସପ୍ତାହରେ ଦୁଇଥର ଏଭଳି କରିବା ଦ୍ୱାରା ଖୁବ୍ କମ ଦିନରେ ରୂପି ସମସ୍ୟା ଦୂର ହୋଇଥାଏ।

ମେଥି :

ଯଦି ଆପଣଙ୍କ ରୂପି ସମସ୍ୟା ଦୂର ହୋଇନାହିଁ ତେବେ କିଛି ମେଥି କୁ ପାଣିରେ ୪-୫ ଘଣ୍ଟା ଭିଜାଇ ରଖନ୍ତୁ। ଏହାପରେ ଭିଜା ହୋଇରହିଥିବା ମେଥିକୁ ପାଣିରୁ ଛାଣି ଗ୍ରାଣ୍ଡିଙ୍ଗ କରି କେଶ ଲଗାଇ ଶୁଖିବାକୁ ଦିଅନ୍ତୁ। ଶୁଖିବାପରେ କେଶ କୁ ଭଲଭାବେ ଧୋଇଦିଅନ୍ତୁ। ଏହା କରିବା ଦ୍ଵାରା ରୂପି ଦୂର ହୋଇଥାଏ |

ଦହି :

ଦହି ରୂପି ଦୂର କରିବା ପାଇଁ ରାମବାଣ ହୋଇଥାଏ। ଦହିକୁ କେଶ ମୂଳରେ ଲଗାଇ କିଛି ସମୟ ଶୁଖିବା ପାଇଁ ଦିଅନ୍ତୁ। ଏହା ପରେ କେଶ ଭଲଭାବେ ଧୋଇଦିଅନ୍ତୁ। ଦେଖିବେ ରୂପି ସମସ୍ୟା ଦୂର ହୋଇଯିବ। ଏହାସହ କେଶ ଲିମ୍ବ ପାଣିରେ ଧୋଇବା ଦ୍ୱାରା ରୂପି ଦୂର ହୋଇଥାଏ। ଏହାସହ ଘିଙ୍କୁଆଁରି ମଧ୍ୟ ରୂପି ଦୂର କରିବାରେ ବେଶ ସହାୟକ ହୋଇଥାଏ।

Leave a comment